ଜଷ୍ଟିସ ମୁରଲୀଧର ହେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ, (ଓଡିଶା ଟାଇମ୍) : ଜଷ୍ଟିସ ଏସ ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି । ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ।  ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି । ସେ ୨୦୨୦ ମାର୍ଚ୍ଚ ୬ରେ  ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୦୬ ମାର୍ଚ୍ଚ ୬ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

Leave a Reply

Your email address will not be published.