ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ମାସ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ଦିନେ ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ହେବା ନେଇ ତାରିଖ ପ୍ରକାଶ ପାଇବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ।
ରାଜ୍ୟରେ କରୋନା ଆତଙ୍କ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ସବୁ ବନ୍ଦ ରହିଥିଲା । ଏହା ସହ କୌଣସି ପରୀକ୍ଷା ଫଳ ପ୍ରକାଶ ମଧ୍ୟ ପାଇପାରୁ ନଥିଲା । କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏଥିସହିତ ପରୀକ୍ଷା ଫଳ ପ୍ରକାଶ ବେଳେ କରୋନା ନେଇ ଜାରି କରାଯାଇଥିବା ସମସ୍ତ ନିୟମ ପାଳନ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି । ବୋର୍ଡ଼ର ୨ଟି ଯାକ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।