ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%

ଭୁବନେଶ୍ବର, (ଓଡିଶା ଟାଇମ୍):ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ କଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯୁକ୍ତ ୨ ବିଜ୍ଞାନରେ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୯୪.୯୬ ପ୍ରତିଶତ । ରାତି ୮ଟା ବେଳେ ଓ୍ବେବ୍‌ସାଇଟ୍‌​‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ www.orissaresult.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ ।

ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ । ଏହା ସହିତ ଆଉ କିଛି ଦିନ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *