ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ରବିବାର ଜେପି ନଡ୍ଡାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ହ୍ୟାକ୍ ପରେ ହ୍ୟାକରମାନେ ସରି ବୋଲି ମଧ୍ୟ ଲେଖିଥିଲେ । ଏହାସହ ସେମାନେ ଲେଖିଥିଲେ ଯେ, ସରି ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏଠାରେ ଋଷକୁ ଦାନ କରନ୍ତୁ । ଋଷକୁ ସାହାଯ୍ୟ ଦରକାର ବୋଲି ହ୍ୟାକମାନେ ନଡ୍ଡାଙ୍କ ଆକାଉଣ୍ଟରେ ଲେଖିଥିଲେ । ଏପରିକି ନାଁ ମଧ୍ୟ ପରିବର୍ତ୍ତନ କରି ଭାରତର ରାଷ୍ଟ୍ରପତି କରିପକାଇଥିଲେ ।
ଏବେ କିନ୍ତୁ ଆକାଉଣ୍ଟକୁ ରିଷ୍ଟୋର୍ କରାଯାଇଛି । ଜେପି ନଡ୍ଡାଙ୍କ ତରଫରୁ କୁହାଯାଇଛି ଯେ, ସେ ଟ୍ୱିଟର ସହ ଏନେଇ କଥା ହେବେ । ହ୍ୟାକ୍ ପୂର୍ବରୁ ସେ ୟୁପି ବିଧାନସଭାକୁ ନେଇ ଟ୍ୱିଟ୍ କରିଥିଲେ ।