ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ: ପ୍ରଖର ସ୍ରୋତରେ ଫଶିଥିବା ଦନ୍ତାର ଭିଡିଓ ଉତ୍ତୋଳନ ପାଇଁ ଯାଇଥିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଯାଇଛି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର ଜରୁରୀକାଳୀନ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି। ମୁଣ୍ଡଳୀ ବ୍ୟାରେଜ୍‌ରେ ଫସିଥିବା ଦନ୍ତାର ଭିଡିଓ ସଂଗ୍ରହ କରିବାକୁ ସେ ଯାଇଥିଲେ। ସେଠାରେ ତାଙ୍କୁ ନେଇଥିବା ଓଡ୍ରାଫ୍‌ ଡଙ୍ଗା ଓଲଟିବା ହେତୁ ଅରିନ୍ଦମ୍‌ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ ଅରିନ୍ଦମ ଏବଂ ତାଙ୍କ କ୍ୟାମେରା ସହଯୋଗୀ ପ୍ରଭାତ ସିହ୍ନା ଓଡଆଫ୍‌ ବାହିନୀର ଡଙ୍ଗାରେ ମହାନଦୀର ମୁଣ୍ଡଳୀ ବ୍ୟାରେଜ୍‌ଠାରେ ଫଶିଥିବା ଦନ୍ତାର ଉଦ୍ଧାର କାର୍ଯ୍ୟ ଭିଡିଓ ଫୁଟେଜ୍‌ ପାଇଁ ଯାଇଥିଲେ। ସେଠାରେ ନଦୀର ପ୍ରଖର ସେଆତ ଯୋଗୁ ରବର ବୋଟ୍‌ଟି ଓଲଟିପଡ଼ିଥିଲା। ଏଥିରେ ଥିବା ଅନ୍ୟ କର୍ମଚାରୀଙ୍କ ସଙ୍ଗେ ଅରିନ୍ଦମ ଏବଂ ପ୍ରଭାବତ ବି ପାଣି ଭିତରକୁ ଖସିପଡ଼ିଥିଲେ। ଏହାପରେ ଓଡଆଫ୍‌ ବାହିନୀର କର୍ମଚାରୀମାନେ ଦୁହିଁଙ୍କୁ ଖୋଜି ଠାବ କରିଥିଲେ। ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଏସ୍‌ସିବି ମେଡିକାଲ୍‌କୁ ନିଆଯାିଥିଲା। ସେଠାରେ ଅରିନ୍ଦମ୍‌ଙ୍କୁ ମୃତ ଘୋଷଣା କରାଯାଇଛି।

ପ୍ରଭାତଙ୍କ ଅବସ୍ଥା ସଙ୍କଟଜନକ ରହିଛି। ତାଙ୍କର ଚିକିତ୍ସା ଚାଲିଛି।

 

ମୁଣ୍ଡଳୀ ବ୍ୟାରେଜ୍‌ରେ ଫଶିଛି ଦନ୍ତା: ଉଦ୍ଧାର କରିବାକୁ ଯାଇ ଓଲଟିଲା ବୋଟ, ସାମ୍ବାଦିକ ଉଦ୍ଧାର

Leave a Reply

Your email address will not be published.