ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ପୁଣି ଯୋଗ ଦେବ ଆମେରିକା
ୱାସିଂଟନ, (ଓଡିଶା ଟାଇମ୍) :ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କ୍ଷମତା ପରିବର୍ତ୍ତନ ସହିତ ବଦଳିଛି ସରକାରଙ୍କ ଆଭିମୁଖ୍ୟ । ଟ୍ରମ୍ପ୍ ପ୍ରଶାସନର ନିଷ୍ପତିକୁ ଏବେ ବଦଳେଇବାକୁ ଯାଉଛନ୍ତି ବାଇଡ଼େନ୍ । ଏବେ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଯୋଡ଼ିହେବାକୁ ନିଷ୍ପତି ନେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍ । କୋଭିଡ଼୍ ସଂକ୍ରମଣ ପ୍ରସଙ୍ଗରେ ଚୀନକୁ ସୁରକ୍ଷା ଦେବା ଅଭିଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ସମ୍ପର୍କ କାଟିଥିଲେ ଟ୍ରମ୍ପ୍ l
ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କ୍ଷମତା ପରିବର୍ତ୍ତନ ସହିତ ବଦଳିଛି ସରକାରଙ୍କ ଆଭିମୁଖ୍ୟ । ଟ୍ରମ୍ପ୍ ପ୍ରଶାସନର ନିଷ୍ପତିକୁ ଏବେ ବଦଳେଇବାକୁ ଯାଉଛନ୍ତି ବାଇଡ଼େନ୍ । ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାର ସମ୍ପର୍କ ତୁଟାଇଥିଲେ ଟ୍ରମ୍ପ୍ ।
ବନ୍ଦ କରି ଦେଇଥିଲେ ଆମେରକା ଦେଉଥିବା ଆର୍ଥିକ ସହଯୋଗ । ମାତ୍ର ଏବେ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଯୋଡ଼ିହେବାକୁ ନିଷ୍ପତି ନେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍ । କହିଛନ୍ତି ଆମେରିକା ପୁଣି ସ୍ୱାସ୍ଥ୍ୟ ସଂଗଠନରେ ଯୋଗଦେବା ସହିତ ଯୋଗଦେବ ଜାତିସଂଘର ଆଗାମୀ ପ୍ୟାରିସ୍ ଜଳବାୟୂ ଚୁକ୍ତି ସମ୍ମିଳନୀରେ ।
ଏକ ପ୍ରେସିଡ଼େନ୍ସିଆଲ୍ ଡିବେଟ୍ରେ ଭାଗନେଇ ବାଇଡ଼େନ୍ ଚୀନ୍ ଉଦ୍ଦେଶ୍ୟରେ ଏକଥା ମଧ୍ୟ କହିଛନ୍ତି ଯେ, ଚୀନ୍ ନିୟମ ଅନୁସାରେ କାର୍ଯ୍ୟ କରିବା ଉଚିତ୍ । ନହେଲେ ଆମେରିକା ବେଜିଂକୁ ଦଣ୍ଡିତ କରିପାରିବ । ତେବେ ନିୟମ ନମାନିଲେ ଆମେରିକା ଚୀନ୍ ପ୍ରତି କେଉଁପ୍ରକାର ପଦକ୍ଷେପ ଗ୍ରହଣ କରିବ ତାହା ସ୍ପଷ୍ଟ କରିନାହାଁନ୍ତି ବାଇଡ଼େନ୍ ।