ଭିଡିଓ କନଫରେନ୍ସିଂ ଆପ୍ ଲଞ୍ଚ କଲା ଜିଓ
ଭୁବନେଶ୍ୱର, (ଓଡିଶା ଟାଇମ୍): ଭିଡିଓ କନଫରେନ୍ସିଂ ଆପ୍ ଜୁମକୁ ଟକ୍କର ଦେବା ପାଇଁ ଜିଓ ଲଞ୍ଚ କରିଛି ‘ଜିଓ ମିଟ୍’ ଆପ୍ ।
ମୁକେଶ ଅମ୍ବାନୀର ଟେଲିକମ୍ କମ୍ପାନୀ ଏହି ଆପକୁ ଲଞ୍ଚ କରିଥିବା ବେଳେ ଏହା ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।
ଜିଓ ମିଟରେ ଡାଇରେକ୍ଟ କଲ୍ ହେଉପାରୁଥିବା ବେଳେ ଏଥିରେ ୧୦୦ ଜଣ ବ୍ୟକ୍ତିଙ୍କ ସହ ମିଟିଂ ଆୟୋଜିତ ହୋଇପାରିବ ।
କରୋନା ଭାଇରସ୍ ଜନିତ ଲକଡାଉନ୍ ସମୟରେ ଜୁମ୍, ମାଇକ୍ରୋସଫ୍ଟ ଟିମ୍ସ, ସିସ୍କୋ ବେବେକ୍ସ, ଗୁଗୁଲ ମିଟ୍ ଓ ଅନ୍ୟ ଭିଡିଓ କନଫରେନ୍ସିଂ ଆପ୍ ଗୁଡିକର ବ୍ୟବହାର ବଢିଯାଇଥିଲା । ଏହି ସମୟରେ ଜିଓ ପକ୍ଷରୁ ଜିଓ ମିଟ୍ ଭଳି ଭିଡିଓ କନଫରେନ୍ସିଂ ଆପ୍ ଲଞ୍ଚ କରାଯାଇଛି ।
ରିଲାଏନ୍ସ ଜିଓର କହିବା ଅନୁଯାୟୀ ଏହି ଆପକ୍ୁ ଆପଣ ନିଜ ମୋବାଇଲ୍ ନଂ କିମ୍ବା ଇମେଲ୍ ଆଇଡି ସହ ସାଇନ ଅପ୍ କରିପାରିବେ । ଆପଣ ହାଇ ଡେଫିନେସସନ (ଏଚଡି) କ୍ୱାଲିଟିରେ ମଧ୍ୟ ମିଟିଂ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ଏବଂ ଆପଣ ପ୍ରତିଦିନ ଅନଲିମିଟେଡ୍ କଲ୍ କରିପାରିବେ । ପାସୱାର୍ଡ ଜରିଆରେ ନିଜ ମିଟିଂକୁ ବି ସୁରକ୍ଷିତ ରଖିପାରିବେ ।
ଜିଓ ମିଟକୁ ବ୍ରାଉଜରରେ ବ୍ୟବହାର କରିବା ସହ ୱିଣ୍ଡୋଜ୍, ମାକ୍, ଆଇଓଏସ୍ ଓ ଆଣ୍ଡ୍ରୋଏଡ୍ ରେ ମଧ୍ୟ ଉପଲବ୍ଧ । ଏଥିରେ ଡିଭାଇସ୍ ମଝିରେ ଆପଣ ସ୍ୱିଚ୍ କରିପାରିବେ ଏବଂ ଡ୍ରାଇଭିଂ ମୋଡ୍ ନାମରେ ଏକ ଫିଚର ବି ରହିଛି । ଆପଣ ସ୍କ୍ରିନ୍ ଶେୟାରିଂ ଭଳି ବେସିକ୍ ସୁବିଧା ମଧ୍ୟ ପାଇପାରିବେ ।