ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’ ଜିଓଫାଇବର୍ ପକ୍ଷରୁ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ ମାଗଣା ପରୀକ୍ଷଣ” ସୁଯୋଗ ସମ୍ପର୍କରେ ଘୋଷଣା

ମୂମ୍ବାଇ / ଭୁବନେଶ୍ୱର, (ଓଡିଶା ଟାଇମ୍) : ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମମନ୍ତେ ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍‌ଗୁଡିକର ପୁନର୍ବିନ୍ୟାସ କରାଯାଇଛି ।

ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଟଂରନେଟ୍ ସଂଯୋଗ ଏକ ଆବଶ୍ୟକ ନିୟମରେ ପରିଣତ ହୋଇଛି, ସେତେବେଳେ ଏହି ନୂତନ ଟାରିଫ୍ ପ୍ଲାନ୍‌ଗୁଡ଼ିକ ଗ୍ରହେକଙ୍କୁ ସର୍ବାଧିକ ସୁଲଭତା ପ୍ରଦାନ କରୁଛି ।

ନୂଆ ଜିଓ ଫାଇବର ପ୍ଲାନ୍‌ଗୁଡିକରେ ରହିଛି ବାସ୍ତବ ଅସୀମିତ ଇଟଂରନେଟ୍‌, ବେଗର ସମାନତା (ସମାନ ଅପ୍‌ଲୋଡ୍ ବେଗ ଓ ଡାଉନ୍‌ଲୋଡ୍ ବେଗ), ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ପ୍ଲାନ୍‌ସମୂହ ଏବଂ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୧୨ଟି ଶ୍ରେଷ୍ଠ ପେଡ୍ ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍‌ସନ୍ ।

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’
ଜିଓଫାଇବର୍ ପକ୍ଷରୁ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ ମାଗଣା ପରୀକ୍ଷଣ” ସୁଯୋଗ ସମ୍ପର୍କରେ ଘୋଷଣା
– ଜିଓ ଫାଇବର୍ ହୋମ୍ ଟାରିଫ୍ ପ୍ଲାନ୍ ଏବେ ବାସ୍ତବରେ ଅସୀମିତ ଇଣ୍ଟରନେଟ୍ ପ୍ରଦାନ କରିବ
– ସମସ୍ତ ହୋମ୍ ପ୍ଲାନ୍‌ରେ ବେଗ (ସ୍ପିଡ୍‌)ର ସମାନତା, ଯାହାଦ୍ୱାରା ଡାଉନ୍‌ଲୋଡ୍ ସ୍ପିଡ୍ ଓ ଅପ୍‌ଲୋଡ୍ ସ୍ପିଡ୍ ସମାନ ରହିବ
– ଟାରିଫ୍ ପ୍ଲାନ୍ ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ
– ଜିଓ ଫାଇବର୍ ବିନା ସର୍ତ୍ତରେ ୧୫୦ ଏମ୍‌ବିପିଏସ୍ ସ୍ପିଡ୍‌, ୪କେ ସେଟ୍ ଟପ୍ ବକ୍ସ ସହିତ ୧୦ ଓଟିଟି ଆପ୍ ସବ୍‌ସ୍କ୍ରିପ୍‌ସନ୍ ନୂଆ ବ୍ୟବହାରକାରୀଙ୍କ ପାଇଁ ୩୦ ଦିନ ନିଶୁଳ୍କ ପରୀକ୍ଷାମୂଳକ ବ୍ୟବହାର ସୁଯୋଗ ପ୍ରଦାନ କରିବ
ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼ । ଆମେ ଫାଇବର୍‌କୁ ପ୍ରତିଟି ଘରେ ପହଂଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଛୁ । ଜିଓ ସହିତ ଭାରତକୁ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ କରିବା ପରେ, ଜିଓଫାଇବର୍ ଭାରତକୁ ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ ଏବଂ ଏଥିପାଇଁ ୧୬୦୦ରୁ ଅଧିକ ସହର ଓ ନଗରରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ । ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ନିମନ୍ତେ ଏହି ଜିଓଫାଇବର୍ ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି । ’’

ଜିଓ ଫାଇବର ବିନା ସର୍ତରେ ୩୦-ଦିନ ମାଗଣା ପରୀକ୍ଷଣ:
ଜିଓ ଫାଇବର୍‌ର ୩୦-ଦିନ ମାଗଣା ପରୀକ୍ଷଣ ସୁଯୋଗ ବ୍ୟବହାର କରନ୍ତୁ ଏବଂ ପାଆନ୍ତୁ ୧୫୦ ଏମବିପିଏସ୍ ବେଗର ବାସ୍ତବ ଅସୀମିତ ଇଟଂରନେଟ, ୪କେ ସେଟ୍ ଟପ୍ ବକ୍ସ ସହିତ ବିନା ଖର୍ଚ୍ଚରେ ୧୦ ଶ୍ରେଷ୍ଠ ଓଟିଟି ଆପ୍‌ର ବ୍ୟବହାର ସୁଯୋଗ ଏବଂ ନିଶୁଳ୍କ ଭଏସ୍ କଲିଂ ସୁବିଧା । ଯଦି ସେବା ପସନ୍ଦ ନଆସିବ, ତେବେ ବିନା କୌଣସି ପ୍ରଶ୍ନରେ ତାହା କମ୍ପାନୀକୁ ଫେରସ୍ତ ଦିଆଯାଇପାରିବ । ତେବେ ୩୦ ଦିନିଆ ମାଗଣା ପରୀକ୍ଷାମୂଳକ ସେବା କେବଳ ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଯୁଯ୍ୟ ।
ଜିଓ ଫାଇବର୍ ସହ ମିଳୁଛି:
୧. ହାଇ ସ୍ପିଡ୍ ଇଣ୍ଟରନେଟ୍‌: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ ।
୨. ମନୋରଞ୍ଜନ: ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ । ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍‌ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ନିଜ ପସନ୍ଦର ପୁରୁଣା ଟିଭି ସୋ’ ଦେଖିବା ପର୍ଯ୍ୟନ୍ତ ଗୋଟିଏ ଆପ୍ ଜିଓ ଟିଭି ପ୍ଲସ୍‌ରେ ସବୁ କିିଛି ଉପଲବ୍ଧ ହେବ ।
୩. କଣ୍ଟେଣ୍ଟ୍ ଖୋଜିବା ସହଜ: ଜିଓ ରିମୋଟ୍‌ରେ ଭଏସ୍ ସର୍ଚ୍ଚ ସୁବିଧା ସହିତ କଣ୍ଟେଣ୍ଟ୍‌ର ସର୍ବବୃହତ ଲାଇବ୍ରେରି ମଧ୍ୟରୁ ଖୋଜିବା ସହଜ ହେବ ।
୪. ଦୁନିଆ ସହିତ ସଂଯୋଗ: ବିନା ମୂଲ୍ୟରେ ଏଚଡି ଭଏସ୍ କଲିଂ ସହିତ ନିଜର ବନ୍ଧୁ, ପରିବାର ଏବଂ କର୍ମକ୍ଷେତ୍ର ସହ ସମ୍ପର୍କରେ ରୁହନ୍ତୁ ଅଥବା ଦୁନିଅ।।ର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ କଲ୍ ଓ କନଫରେନ୍ସ କରନ୍ତୁ ।
୫. ୱାର୍କ ଫ୍ରମ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ସହିତ ବିନା କୌଣସି ପ୍ରତିମନ୍ଧକରେ ଘରେ ରହି କାର୍ଯ୍ୟ କରନ୍ତୁ ।
୬. ହେଲ୍‌ଥ ଆଟ୍ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଆପଣଙ୍କୁ ଘରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଦାନ କରିବାରେ ସହାୟକ ହେବ
୭. ଗେମସ୍ ଆଟ୍ ହୋମ୍‌: ଉପଭୋଗ୍ୟ ଗେମିଂ ଅନୁଭୂତି ପାଇଁ ଜିଓ ଗେମସ୍ ଆକର୍ଷଣୀୟ ଗେମିଂ ବିକଳ୍ପ ପ୍ରଦାନ କରୁଛି
ଗୁରୁତ୍ୱପୂର୍ଣ୍ଣ ତାରିଖ:
୧. ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର୍ ଗ୍ରାହକମାନେ ୩୦-ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ
୨. ଭରସା ରଖିଥିବା ଗ୍ରାହକମାନଙ୍କୁ ପୂରସ୍କୃତ କରିବାରେ ଜିଓ ସର୍ବଦା ବିଶ୍ୱାସ ରଖୁଥିବାରୁ ଜିଓ ଫାଇବର୍‌ର ପୁରୁଣା ଗ୍ରାହକମାନଙ୍କୁ ଏହି ସବୁ ସ୍ୱତନ୍ତ୍ର ସୁବିଧା ମିଳିବ:
କ) ସମସ୍ତ ପୁରୁଣା ଜିଓଫାଇବର୍ ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍‌ରେ ମିଳୁଥିବା ସବୁ ସୁବିଧା ଓ ଲାଭକୁ ଉନ୍ନୀତ ହୋଇପାରିବେ
ଖ) ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର୍ ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ

Leave a Reply

Your email address will not be published. Required fields are marked *