ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ଵର, (ଓଡିଶା ଟାଇମ୍) : ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ବର ସାମ୍ବାଦିକ ସମ୍ମିଳନୀରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ ପ୍ରଦୀପ। ଗତକାଲି ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡ଼ି। ଆଜି ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଜୀବନ ପ୍ରଦୀପ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ଜୀବନ ପ୍ରଦୀପ କହିଛନ୍ତି ଯେ ତାଙ୍କ ବିରୋଧରେ ଦଳ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିଲା। ତେଣୁ ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ବ ଦିଆଯାଇଥିଲା କରିଥିଲି।

ଗୁରୁବାର ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଗୁରୁବାର ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *