ଆଜିଠାରୁ ୨ ଦିନ ପାଇଁ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡ଼ି

ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ ସେବା ଆଉ କିଛି ଘଣ୍ଟା ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି। ମଙ୍ଗଳବାର ଦିନ ସାଢ଼େ ୧୨ ଟାରେ ମୁମ୍ବାଇ ଠାରୁ ବୋଇଂ ୭୩୭  ବିମାନ ଆସି ଏଠାରେ ଅବତରଣ କରିବ ଓ ୧ ଟାରେ ପୁଣି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରିବ।

ଠିକ୍‌ ସେହିପରି ବେଙ୍ଗାଲୁରୁ ଠାରୁ ଆସି ଝାରସୁଗୁଡ଼ା ଠାରେ ସନ୍ଧ୍ୟା ୫ ଟା ୪୦ରେ ପହଞ୍ଚି ୬ ଟା ୧୦ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିବ। ଏହି ନୂଆ ସେକ୍ଟରରେ ବିମାନ ଚଳାଚଳକୁ ନେଇ ସାର ପଶ୍ଚିମ ଓଡ଼ିଶାରେ ଆନନ୍ଦ ପ୍ରକାଶ ପାଇଛି। ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି ଯେ, ମୁମ୍ବାଇରୁ ଆସି ଏଠାରେ ପହଞ୍ଚିବା ପରେ ଏହି ବୋଇଂକୁ ୱାଟର ସ୍ୟାଲୁଟ୍‌ ଦିଆଯିବା ସହିତ ଆସୁଥିବା ଓ ଯାଉଥିବା ଯାତ୍ରୀ ମାନଙ୍କୁ ଗୋଲପ ଫୁଲ ଓ ଚକଲେଟ୍‌ ଉପହାର ପ୍ରଦାନ କରାଯିବ।

 

Leave a Reply

Your email address will not be published.