ଆଜିଠୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ Alliance Air ଏହାର ବିମାନ ସେବା ଆରମ୍ଭ କରିଛି। ୭ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଲକାତାରୁ ବାହାରି ଆଜି ସକାଳ ୭ଟା ୪୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ସେହିପରି ବିମାନଟି ୯ଟା ୧୫ରେ ଝାରସୁଗୁଡାରୁ ବାହାରି ଭୁବନେଶ୍ୱରରେ ପହଁଞ୍ଚିଛି । ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ବିମାନଟି ଝାରସୁଗୁଡାରେ ପହଞ୍ଚିବ। ଝାରସୁଗୁଡାରୁ ଦିନ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ବିମାନ।
ଗତ ୨୫ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍‌ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ସେବା ଆରମ୍ଭ କରିଛି। କରୋନା ମୁକାବିଲା ପାଇଁ ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *