ଝରାଫୁଲ ମାମଲାରେ ସ୍କୁଟର ଜବତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍ ହାତରେ ନୂଆ ସୁରାକ୍ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଜବତ ହୋଇଥିବା ଏହି ସ୍କୁଟରଟି ରାକେଶଙ୍କର ବୋଲି ଜଣାପଡ଼ିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ।
ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଶେଷ ଦିନ। ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୋଲିସ୍ ପଚରାଉଚରା କରୁଛି। ଏହାପରେ ତାଙ୍କୁ ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଥିଲା। ଏତିକିବେଳେ ସେ ନିଜ ସ୍କୁଟରକୁ ସୁନ୍ଦରପଦାରେ ପାର୍କିଂ କରିଥିବା କହିଥିଲେ। ତାଙ୍କର ସୂଚନା ଅନୁସାରେ, ପୋଲିସ ସ୍କୁଟରଟିକୁ ଜବତ କରି ଥାନାକୁ ଆଣିଛି।











