ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ; ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ଲାଗି ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ।  ଉଭୟ ଶ୍ରେଣୀର କେବଳ ପେପର ଓ୍ୱାନ ଲାଗି ସାରା ଦେଶରୁ ମୋଟ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ।

ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ ୯୯ ଦଶମିକ ୯୯ ପ୍ରତିଶତ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ତେବେ ଜେଇଇର ପେପର ଟୁ ଏ ଓ ଟୁ ବି ର ଫଳାଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେ ହେଲେ ଦିଲ୍ଲୀର ପ୍ରଭର କଟାରିଆ, ରନଜିମ ପ୍ରବଳ ଦାସ, ଚଣ୍ଡିଗଡ଼ର ଗୁରମିତ ସିଂହ, ରାଜସ୍ଥାନର ସକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ତ କ୍ରିଷ୍ଣ କାଦମ୍ବୀ।

ଜେଇଇ ମେନରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡିମିଶନ ସହ ଆଇଆଇଟି ସ୍କ୍ରିନିଂ ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥର ଜେଇ ପରୀକ୍ଷା ପ୍ରଥମ ଥର ଲାଗି ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ପରୀକ୍ଷାର୍ଥୀମାନେ jeemain.nta.nic.in and nta.ac.in ୱେବସାଇଟ୍‌ ଯାଇ ଏନଟିଏ ସ୍କୋରକାର୍ଡ ଡାଉନଲୋଡ କରିପାରିବେ।

Leave a Reply

Your email address will not be published.