ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ, ମୃଦୁଳ ଅଗ୍ରଓ୍ୱାଲ ଟପ୍ପର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ । ଯେଉଁ ଛାତ୍ରମାନେ ଗତ ୩ ତାରିଖରେ ଆୟୋଜିତ ପ୍ରବେଶିକା ପରୀକ୍ଷା ଦେଇଥିଲେ ସେମାନେ ଜେଇଇ ଓ୍ୱେବସାଇଟରୁ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ଜେଇଇ ଆଡଭାନ୍ସଡ୍ ରେଜଲ୍ଟ ଜାଣିବା ପାଇଁ ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଆବଶ୍ୟକ ପଡିଥାଏ ।

ଆଇଆଇଟି ଖଡଗପୁର ଦ୍ୱାରା ଜାରି ଫଳାଫଳ ଅନୁସାରେ, ପରୀକ୍ଷାରେ ମୃଦୁଳ ଅଗ୍ରଓ୍ୱାଲ ପ୍ରଥମ ହୋଇଛନ୍ତି । ସେହିପରି ଆଇଆଇଟି ଦିଲ୍ଲୀ ଜୋନରେ ମହିଳା କ୍ୟାଟାଗୋରୀରେ କାବ୍ୟା ଚୋପ୍ରା ଟପ୍ କରିଛନ୍ତି । ତେବେ ମୋଟ ୪୧୮୬୨ ଜଣ ପରୀକ୍ଷାରେ ଉତୀନ୍ନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୫୪୧୦ ପୁରୁଷ ଓ ୬୪୫୨ ମହିଳା ରହିଛନ୍ତି । ପରୀକ୍ଷାଫଳ ସହ ଉତ୍ତର ମଧ୍ୟ ଜାରି ହୋଇଛି । ଛାତ୍ରଛାତ୍ରୀମାନେ jeeadv.ac.inରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ତେବେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ସିଟ୍ ଆଳଟମେଣ୍ଟ ଅକ୍ଟୋବର ୨୭ ତାରିଖରେ ଅନୁଷ୍ଠିତ ହେବ । ଅକ୍ଟୋବର ୩୦ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ୍ ରିପୋର୍ଟିଂ କରିବାକୁ ପଡିବ ।

Leave a Reply

Your email address will not be published.