ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) :ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ଘୋଷଣା। ୭୫ ପ୍ରତିଶତ ମାନଦଣ୍ଡକୁ ହଟାଇ ଦିଆଯାଇଛି। ଆଇଆଇଟି ଗଡଗପୁର ଏହାର ଆୟୋଜନ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏ ସଂପର୍କରେ ସୂଚନା ଦେଇଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଘୋଷଣା କରିଛନ୍ତି ଯେ, ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ କରାଯିବ। ଏଥିସହ ଆଇଆଇଟିରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ୭୫ ପ୍ରତିଶତ ମାର୍କ ସିଷ୍ଟମକୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ଆୟୋଜନ ଆଇଆଇଟି ଖଡଗପୁର ଦ୍ଵାରା କରାଯିବ।
ଜେଇଇ ଆଡଭାନ୍ସ ପରୀକ୍ଷା ଜରିଆରେ ଦେଶର ପ୍ରତିଷ୍ଠିତ ୨୩ ଆଇଆଇଟି ସଂସ୍ଥାନରେ ପ୍ରବେଶ ମିଳିଥାଏ। ଜେଇଇ ମେନ୍ରେ ଭଲ ରାଙ୍କ ରଖୁଥିବା ଛାତ୍ର-ଛାତ୍ରୀଙ୍କୁ ଜେଇ ଆଡଭାନ୍ସ ଦେବାକୁ ସୁଯୋଗ ମିଳେ।