ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମଙ୍ଗ ଧରିବେ ଜୟରାମ ଠାକୁର

ହିମାଚଳପ୍ରଦେଶ, (ଓଡିଶା ଟାଇମ୍) :ହିମାଚଳ ପ୍ରଦେଶ ବିଜେପି ୨୦୨୨ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ଲଢିବ। ରାଜ୍ୟ ବିଜେପିର ୩ ଦିବସୀୟ କନକ୍ଲେଭରେ ଏହି ନିଷ୍ପତ୍ତି ହୋଇଛି। ତେବେ ନିର୍ବାଚନ ଲାଗି ରାଜ୍ୟ ସଙ୍ଗଠନ ଅଥବା ସରକାରରେ କୌଣସି ପର୍ବର୍ତ୍ତନ କରାଯିବ ନାହିଁ। ଏହାର ଏବେ କୌଣସି ଆବଶ୍ୟକତା ମଧ୍ୟ ନଥିବା ପାର୍ଟି ସ୍ପଷ୍ଟ କରିଦେଇଛି।

କନକ୍ଲେଭ ପରେ ମୁଖ୍ୟମନ୍ତ୍ରୀ ଠାକୁର ଗଣମାଧ୍ୟମକୁ ଭେଟିଥିଲେ। ଏଥିରେ ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା ହୋଇଥିବା ବେଳେ ଏହି ସଫଳତା ଆଧାରରେ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନକୁ ଯିବ ବୋଲି କହିଛନ୍ତି।  ବୈଠକରେ ୨୦୧୭ ବିଧାନସଭା ନିର୍ବାଚନରେ ନିର୍ବାଚିତ ବିଧାୟକ ଓ ପାର୍ଟି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ଏଥିରେ ନିର୍ବାଚନ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ଛଡା ରାଜ୍ୟର ବିଭିନ୍ନ ପରିଷଦ ଓ ନିଗମ ଅଧ୍ୟକ୍ଷଙ୍କ ମଧ୍ୟ ବୈଠକ ହୋଇଥିଲା। ଏଥିରୁ ପାର୍ଟି ୨୦୨୨ ବିଧାନସଭା ନିର୍ବାଚନ ଲାଗି ରୋଡ ମ୍ୟାପ୍‌ ପ୍ରସ୍ତୁତି କରିବ ବୋଲି  ସେ ସୂଚିତ କରିଛନ୍ତି।

ରାଜ୍ୟରେ ଏବେ କରୋନା ଭାଇରସ ମହାମାରୀ ପ୍ରକୋପ ଥମି ଆସିଲାଣି। ଜନତାଙ୍କ ଲାଗି ଏହା ନିଶ୍ଚିତ ଆଶ୍ୱସ୍ତିକର। ତେବେ ସରକାର ପରିସ୍ଥିତି ନେଇ ସମ୍ପୂର୍ଣ୍ଣ ସଚେତନ ଓ ଏ ଦିଗରେ ନିରନ୍ତର ନିଜର ପ୍ରୟାଶ ଜାରି ରଖିବେ ବୋଲି ଠାକୁର କହିଛନ୍ତି। ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *