ଆମେରିକା ଓ ଫିଲିପାଇନ୍ସରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ନିବେଦନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଆମେରିକା ଏବଂ ଫିଲିପାଇନ୍ସରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଦେଶର ରାଷ୍ଟ୍ରଦୂତଙ୍କୁ ଏଥି ନିମନ୍ତେ ନିବେଦନ କରିଛନ୍ତି। ଯେହେତୁ ଏହି ଦେଇରେ ସାଧାରଣ ବିମାନ ଚଳାଚଳ ହେଉ ନଳାହିଁ ଏହି ଲୋକଙ୍କମାନଙ୍କ ଲାଗି ଆବଶ୍ୟକ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସେ ଉଦ୍ୟମ କରିଛନ୍ତି।

ବିଜେପିର ବିଭିନ୍ନ ନେତା ତଥା ଓଡ଼ିଶାରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକ ପଦକ୍ଷେପ ନବୋକୁ ଏହି ଫସି ରହିଥିବା ଓଡ଼ିଆମାନେ ନିବେଦନ କରିଥିଲେ। ସେମାନଙ୍କ ଭିତରେ ଶୌର୍ଯ୍ୟା ଭୈରବୀ ନାଥ ଅନ୍ୟତମ।  ସେ ଆମେରିକାରେ ଫସି ରହିଥିଲେ। ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ଶ୍ରୀ ପଣ୍ଡାଙ୍କୁ  ସେ ଅନୁରୋଧ କରିଥିଲେ। ସେହିପରି ନୂଆପଡା ଜିଲ୍ଲାର ଅଭିଳାଶ ପଣ୍ଡା, ମାଲକାନଗିରିର ଚନ୍ଦ୍ର ଶେଖର ମହାରଣା ଓ ଚଣ୍ଡୀଗଡର ଜସପ୍ରିତ ସିଂହ ଫିଲିପାଇନ୍ସରେ ଫସି ରହିଥିଲେ। ଏମାନଙ୍କୁ ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପାଢୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ପତ୍ର ଲେଖି ଅବଗତ କରାଇବା ସହ “ବନ୍ଦେ ଭାରତ” ଯୋଜନାରେ ଏହି ପ୍ରବାସୀ ଓଡିଆ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published.