ସୋପିଆନ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାବଳ ଆତଙ୍କବାଦୀଙ୍କ ଘେରାବନ୍ଦୀ କରି ତିନି ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଉଛି। ଅଞ୍ଚଳରେ ଯେମିତି କୌଣସି ଗୁଜବ ପ୍ରଚାରିତ ନହୁଏ ତାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି।
ସୂଚନା ଅନୁଯାୟୀ ସୋପିଆନ ଜିଲ୍ଲାର ରେବନ ଗ୍ରାମରେ ଆତଙ୍କବାଦୀ ଛପି ରହିଥିବା ସେନାକୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀ ଓ ପୋଲିସ୍ ଟିମ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲେ, ହେଲେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ଶେଷ ସୁରକ୍ଷାକର୍ମୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ପୋଲିସ ଅନୁଯାୟୀ ଅଞ୍ଚଳରେ ଏବେ ମଧ୍ୟ ଆହୁରି ଆତଙ୍କବାଦୀ ଛପି ରହିଛନ୍ତି। ତେଣୁ ଇଲାକାରୁ ସୁରକ୍ଷାକର୍ମୀ ଓ ପୋଲିସକୁ ହଟାଯାଇ ନାହିଁ। ସୁରକ୍ଷାକର୍ମୀ ମୃତ ଆତଙ୍କବାଦୀଙ୍କ ଶବ ଜବତ କରିଛନ୍ତି। ସେମାନଙ୍କ ଚିହ୍ନଟ ଜାରି ରହିଛି। ଏନକାଉଣ୍ଟର ପରେ କୌଣସି ପ୍ରକାରର ଗୁଜବ ପ୍ରଚାରିତ ନହେଉ, ତେଣୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।