ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ; ଜଣେ ଆତଙ୍କବାଦୀ ନିହତ
ଜମ୍ମୁ, (ଓଡିଶା ଟାଇମ୍): ଜମ୍ମୁ-କାଶ୍ମୀରର ଅବନ୍ତିପୋରା ଜିଲାର ଚାରମୁ ଅଞ୍ଚଳରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର ପାଇ ସୁରକ୍ଷାକର୍ମୀ ଓ ପୁଲିସ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀ ନିଜକୁ ଘେରାଉ ଅବସ୍ଥାରେ ଦେଖି ପ୍ରଥମେ ଗୁଳିଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ବତ୍ତର୍ମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ଆହୁରି ଦୁଇ ଜଣ ଆତଙ୍କବାଦୀ ସେଠାରେ ଲୁଚି ରହିଛନ୍ତି ବୋଲି ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଆଖାପାଖ ଯାତାୟତ ରାସ୍ତାକୁ ବନ୍ଦ ରଖାଯାଇଛି। ନାଗରିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।











