ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଜାମ୍ମୁ, (ଓଡିଶା ଟାଇମ୍): ଆଜି ଜମ୍ମୁ-କାଶ୍ମୀରର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର କାଶ୍ମୀରର ବାନ୍ଦୀପୋରା ଜିଲାର ଗୁରେଜର ତୁଲେଲ ଅଞ୍ଚଳରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଗୁରେଜ ଘାଟୀର ଗୁଜରାନ୍ ନାଲା ଅଞ୍ଚଳରେ ସେନା ହେଲିକପ୍ଟର ଯାଉଥିଲା। ହଠାତ ଏହା ଖରାପ ହୋଇ ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ, ପାଇଲଟ୍ ଓ ସହ ପାଇଲଟ୍ କୁ ଖୋଜା ଯାଉଛି। ଦୁର୍ଘଟଣାଗ୍ରସ୍ତ ବରାଫାବୃତ ଅଞ୍ଚଳରେ ତଲାସି ଅଭିଯାନ ଟିମ ପହଞ୍ଚିଛନ୍ତି।