ପୁଲଓ୍ୱାମାରେ ସୁରକ୍ଷାବାହିନୀକୁ ବଡ ସଫଳତା, ଏନକାଉଣ୍ଟରରେ ୨ ଆତଙ୍କୀ ସଫା

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରର ପୁଲୱାମାର ଜଙ୍ଗଲ ଅଞ୍ଚଳରେ ଭାରତର ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଚଳାଇଛନ୍ତି।

କାଶ୍ମୀର ଜୋନ ପୁଲିସ ସୂତ୍ର ଅନୁଯାୟୀ ପୁଲୱାମା ବାହାରେ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ନିରାପତ୍ତା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଆରମ୍ଭ କରିଦେଇଥିଲେ। ନାଗବେରାନ-ତରସାର ଜଙ୍ଗଲ ଅଞ୍ଚଳରେ ତଲାସି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷା ବାହିନୀ ଯବାନଙ୍କ ପାଲଟା ଗୁଳିମାଡରେ ଦୁଇ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କର ପରିଚୟ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *