ଲଣ୍ଡା ପାହାଡକୁ ସବୁଜ ସୁନ୍ଦର କରିବା ପାଇଁ କାମ୍ପା ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟର ଜ୍ଵଳନ୍ତ ଚିତ୍ର, ଲୁଚିଛି ନା ଗୋଡ ଦୁଇଟି ଦିଶୁଛି ନ୍ୟାୟ ରେ ଆମ ଓଡିଶା ଟାଇମ୍ ନ୍ୟୁଜ ହାତରେ ଲାଗିଛି !
ଯାଜପୁର , (ଓଡିଶା ଟାଇମ୍) : ଲଣ୍ଡା ପାହାଡକୁ ସବୁଜ ସୁନ୍ଦର କରିବା ପାଇଁ କାମ୍ପା ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟର ଜ୍ଵଳନ୍ତ ଚିତ୍ର, ଲୁଚିଛି ନା ଗୋଡ ଦୁଇଟି ଦିଶୁଛି ନ୍ୟାୟରେ ଆମ ଓଡିଶା ଟାଇମ୍ ନ୍ୟୁଜ ହାତରେ ଲାଗିଛି !
କଟକ ବନଖଣ୍ଡ ଅଧିନସ୍ଥ ଯାଜପୁର ଜିଲ୍ଲାର ଚାରିଟି ରେଞ୍ଜରେ କାମ୍ପା ଯୋଜନାରେ କିଭଳି ଶହ ଶହ କୋଟି ଟଙ୍କା ହରିଲୁଟ ହୋଇଛି ତାହା ଆଜି କେବଳ ଆମେ ଆପଣଙ୍କୁ ଦେଖାଇବୁ…. ଡାଳିଯୋଡା ଫରେଷ୍ଟ (ବୈରୀ ) ରେଞ୍ଜ ଅନ୍ତର୍ଗତ ମଧୁପୁରଗଡ ପଞ୍ଚାୟତ ଅଧିନସ୍ଥ ପନ୍ତୁରୀ (ମଉଦେଇ) ଏବଂ ଧର୍ମଶାଳା ତହସିଲର ଅଞିରା ମୌଜାରେ ବନବିଭାଗ କାମ୍ପା ଯୋଜନାରେ ଉପରୋକ୍ତ ଦୁଇଟି ସ୍ଥାନରେ ମୋଟ ଏକ ଶହ ଉଣେଇଶି ପଏଣ୍ଟ ତିନିଶହ ପଚାଶ ହେକ୍ଟର ଜଙ୍ଗଲରେ ଏକଲକ୍ଷ ନବେ ହଜାର ନଶହ ଚାଳିଶି ଚାରା ରୋପଣ ପାଇଁ ପାଖାପାଖି କୋଡିଏ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାର ଶୁଣିବାକୁ ମିଳୁଥିବା ବେଳେ ମାତ୍ର ଦଶ ପ୍ରତିଶତ ଅର୍ଥରେ ହିଟାଚି ମେସିନ ସାହାଯ୍ୟରେ ଲୋକଦେଖାଣିଆ କେତୋଟି ଗଛ ଲଗାଯାଇ ସଂପୂର୍ଣ୍ଣ ଅର୍ଥ କୁ ହରିଲୁଟ କରାଯାଇ ଥିବାର ସାଧାରଣରେ ଅନୁମାନ କରାଯାଏ ! ବନ ବିଭାଗର ଅଧିକାରୀ ମାନେ ଏଭଳି ଏକ ଯୋଜନାବଦ୍ଧ ହରିଲୁଟ କୁ ଲୁଚାଇବା ପାଇଁ ସୂଚନା ଫଳକରେ କେତେ ପରିମାଣର ଯାଗା ଓ କେତେ ପରିମାଣର ଚାରା ଉଲ୍ଲେଖ କରିଥିବା ବେଳେ କୌଣସି ବି ସ୍ଥାନରେ ବ୍ୟୟ ଅଟକଳ ଉଲ୍ଲେଖ କରାଯାଇ ନାହିଁ ! ଏହା ସରକାରଙ୍କ ସ୍ବଚ୍ଛତା ଏବଂ ଫାଇପ୍ ଟି କୁ ସଂପୂର୍ଣ୍ଣ ଉପହାସ କରୁନାହିଁ କି ? ଉପରୋକ୍ତ ଦୁଇଟି ପ୍ରକଳ୍ପର ପ୍ରବେଶ ପଥରେ ଅତି ଚତୁରତାର ସହ କିଛି ଗଛ ଲଗାଇ ସିମେଣ୍ଟ ପିଲାର ପକାଇ ତାର ଏବଂ ଜାଲ ବୁଲାଇ ଚାରା ରେ ପାଣି ଦେଇ ସାଧାରଣ ଲୋକଙ୍କୁ ଭ୍ରମିତ କରିବାର ପ୍ରୟାସ କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି ! ଆଗ ତାଲା ପଛ ମେଲା ନ୍ୟାୟରେ ପ୍ରକଳ୍ପ ଭିତରକୁ ପଶିବା ପରେ ହେକ୍ଟର ହେକ୍ଟର ଲଣ୍ଡା ଜଙ୍ଗଲରେ କେବଳ ହିଟାଚି ମେସିନ ଗାତ ଅଛି ସିନା ହେଲେ ଲକ୍ଷାଧିକ ଚାରା ଏବଂ ଏଥି ନିମିତ୍ତ ସାର , ଔଷଧ କୁ କାଗଜପତ୍ରରେ ବିନିଯୋଗ କରାଯାଇ ଚଳୁ କରାଯାଇଥିବାର ସ୍ପଷ୍ଟ ବାରିହୋଇ ପଡୁଛି !
ଯେତେବେଳେ ବନବିଭାଗର ଏସିସିଏଫ ଅଭୟକାନ୍ତ ପାଠକଙ୍କ କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟର ଖୁଲାସାରେ ସାରା ରାଜ୍ୟ ଉଠୁଛି ପଡୁଛି,ରାଜନୈତିକ ହଟଚମଟ ଲାଗିରହିଥିଲା ବେଳେ ଠିକ୍ ସେହି ସମୟରେ ଏଭଳି ଏକ ଚାରା ଘୁଟାଲା ଏବଂ ଲଣ୍ଡା ପାହାଡ ଉପରେ ବନୀକରଣ ଆଳରେ କୋଟି କୋଟି ଟଙ୍କା ହରିଲୁଟ ବେଶ ଆଲୋଚନାର ବିଷୟ ହୋଇଛି। ଫାଇପ୍ ଟି ସଚିବ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣ ରେ ଦାବୀ ଯୋର ଧରୁଛି !
ଯାଜପୁରରୁ ମାନସ ରଞ୍ଜନ ବିଶ୍ବାଳଙ୍କ ରିପୋର୍ଟ ଓଡିଶା ଟାଇମ୍