ବାବୁ ସିଂ ହେଲେ ଭୁବନେଶ୍ୱର ଭାଜପା ସଭାପତି,ଦଳ ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତୀୟ ଜନତା ପାର୍ଟି ( ଭାଜପା )ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥୁବା ସୂଚନା ମିଳିଛି । ତେବେ ସେ ସଭାପତି ଚୟନ ନେଇ ମତାମତ ନିଆଯାଇ ନ ଥିବା କହିଛନ୍ତି । ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି । ତେବେ ଗତ ନିର୍ବାଚନରେ ଭୁବନେଶ୍ବର ମଧ୍ୟରୁ ଜଗନ୍ନାଥ ପ୍ରାର୍ଥୀ ହୋଇଥିଲେ ।

ସେହିଭଳି ଭୁବନେଶ୍ବର ଭାଜପା ସାଂଗଠନିକ ଜିଲା ସଭାପତି ହୋଇଛନ୍ତି ବାବୁ ସିଂ । କଳାହାଣ୍ଡି ଜିଲ ଭାଜପା ସଭାପତି ଭାବେ ଦେବେନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ଉଭୟଙ୍କ ନିଯୁକ୍ତି ନେଇ ରାଜ୍ୟ ଭାଜପା ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published.