ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ

ପୁରୀ, (ଓଡିଶା ଟାଇମ୍) : ଆଜିଠୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି । ଏସ୍.ଓ.ପି ଅନୁସାରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିପାରିବେନି ଭକ୍ତ ।

ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଓ ଗୁଟଖା ,ପାନ ଖାଇବା ଉପରେ କଟକଣା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୫ରୁ ୧୭ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ସ୍ବତନ୍ତ୍ର ଏସ୍.ଓ.ପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ କରିପାରିବେ ଭକ୍ତ । ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆଣି ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ମନ୍ଦିର ପ୍ରବେଶ ଲାଗି ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ବାହାରୁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ କରୋନା ଟେଷ୍ଟ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *