ସ୍ୱାମୀ-ସ୍ତ୍ରୀ ଯଦି ସାଥୀହୋଇ ରହି ପାରୁନାହାନ୍ତି ତେବେ ଅଲଗା ହୋଇଯିବା ଭଲ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):

ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି, ସ୍ୱାମୀ ସ୍ତ୍ରୀ ଯଦି ଏକାଠି ଭଲଭାବେ ରହି ପାରୁନାହାନ୍ତି ତେବେ ଉଭୟ ପରଷ୍ପରଙ୍କୁ ଛାଡ଼ି ପାରିବେ । ଏ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏକ ଦମ୍ପତ୍ତିଙ୍କ ମାମଲା ଶୁଣାଣି କରି ଏଭଳି ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ଘଟଣାଟି ଏହିପରି ଯେ, ଏକ ଦମ୍ପତ୍ତି ବିବାହର ମାତ୍ର ୫ ଦିନ ପରେ ହିଁ ଘରୋଇ କଳହ କାରଣୁ ଅଲଗା ହୋଇଥିଲେ । ପରେ ଏହି ମାମଲା କୋର୍ଟକୁ ଯାଇଥିଲା । ଆଜି ଏହାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ । ମହିଳା ଜଣଙ୍କ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜକରି ତଲାକ ନିର୍ଦ୍ଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ଏମ୍ଆର୍ ଶାହା ଓ ଯଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ମହିଳାଙ୍କୁ କହିଛନ୍ତି, ସେ ବ୍ୟବହାରିକ ହେବା ଉଚିତ। ସାରା ଜୀବନ ପରଷ୍ପର ସହିତ ଝଗଡ଼ା କରି ବଞ୍ଚି ପାରିବେ ନାହିଁ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମହିଳାକଙ୍କ ଭରଣପୋଷଣ ଖର୍ଚ୍ଚ ବାବଦକୁ ଉଭୟଙ୍କୁ ପରଷ୍ପର ମଧ୍ୟରେ ନିଷ୍ପତ୍ତି ନେବାକୁ କହିଛନ୍ତି। ତା ସହ ପତ୍ନୀଙ୍କ ପିଟିସନ ଉପରେ ଡିସେମ୍ୱର ମାସରେ ବିଚାର କରାଯିବ ବୋଲି ଜଣାଇଛନ୍ତି। ମହିଳାଙ୍କ ଓକିଲ କୋର୍ଟରେ କହିଛନ୍ତି ହାଇକୋର୍ଟଙ୍କ ତରଫରୁ ମହିଳାଙ୍କୁ ଦେଇଥିବା ତଲାକ୍ ରାୟ ସମ୍ପୁର୍ଣ୍ଣ ଭୁଲ ଥିଲା। ହାଇକୋର୍ଟ ଏହି ମାମଲାକୁ ପୁରା ଅଣଦେଖା କରି ପରଷ୍ପରଙ୍କ ମଧ୍ୟରେ ବୁଝାମଣା କରିନାହାନ୍ତି।

ଏହା ଛଡ଼ା ସ୍ୱାମୀଙ୍କ ପକ୍ଷରୁ ଆସିଥିବା ଓକିଲ କହିଛନ୍ତି ୧୯୯୫ ରେ ସ୍ୱାମୀ ତାଙ୍କୁ  ବାହାହେଲା ପରେ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି। ସେ କହିଛନ୍ତି ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବା ଓ ତାଙ୍କ ରକ୍ଷଣା ବେକ୍ଷଣା ଖର୍ଚ୍ଚ ବହନ କରିବା ପାଇଁ ଏବେ ପ୍ରସ୍ତୁତ ଅଛନ୍ତି। ସେ ଆହୁରି କହିଛନ୍ତି ଉଭୟଙ୍କ ବାହାଘର ପରେ ସ୍ତ୍ରୀ ଜଣକ ତାଙ୍କୁ  ଅଗରତାଲାରେ ଥିବା ନିଜ ଘରେ ରହିବାକୁ ବାଧ୍ୟ କରିଥିଲେ। କିନ୍ତୁ ସ୍ୱାମୀ ତାଙ୍କ କଥାରେ ରାଜି ନ ହେବାରୁ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। ସେବେଠାରୁ ଦୁଇଜଣ ଅଲଗା । ବିବାହ ପରେ ସେ ମାତ୍ର ପାଞ୍ଚ ଛଅ ଦିନ ସାଙ୍ଗରେ ଥିଲେ।

Leave a Reply

Your email address will not be published. Required fields are marked *