ଓଂ ନମଃ ଶିବାୟ ଜପ କଲେ ଇସ୍ରାଏଲ୍ ଲୋକେ

ଇସ୍ରାଏଲ, (ଓଡିଶା ଟାଇମ୍) :ଭାରତର କରୋନା ସ୍ଥିତି ଏବେ ପୂରା ବିଶ୍ୱକୁ ଚିନ୍ତାରେ ପକାଇଛି । ଗତ କିଛି ଦିନ ହେବ ଭାରତରେ ପ୍ରତିଦିନ ଦୈନିକ ୩ରୁ ୪ ଲକ୍ଷ ନୂଆ ମାମଲା ବାହାରୁଛି । ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ପାଇଁ ଏବେ ଲୋକଙ୍କ ସ୍ଥିତି ବିଗଡାଇବାରେ ଲାଗିଛି । ତେବେ ଏହାକୁ ସୁଧାରିବାକୁ ସବୁ ସ୍ତରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ବଲିଉଡ ତାରକା, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ନେତା ପ୍ରୟାସ କରିବାରେ ଲାଗିଛନ୍ତି ।

ତେବେ ଭାରତ ବାହାରେ ମଧ୍ୟ ସହାୟତାର ହାତ ବଢାଯାଉଛି । ବିଭିନ୍ନ ଦେଶ ଟିକା ନିରାଣ କରିବାକୁ କଞ୍ଚାମାଲ ଓ ସାମଗ୍ରୀ ସବୁ ପଠାଉଛନ୍ତି । ଏହାରି ଭିତରେ ଇସ୍ରାଏଲରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ଦେଶର ଶହ ଶହ ଲୋକ ଏକାଠି ହୋଇ ‘ଓମ୍ ନାମ ଶିବାୟ’ ଜପ କରୁଥିବା ଦେଖିବାକୁ ମିଳିିଛି । ଏହି ଭିଡିଓକୁ ପୱନ କେ ପାଲ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ।

ସେ ଇସ୍ରାଏଲର ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଭାରତୀୟ ବୈଦେଶିକ ସେବା ୨୦୧୭ର ପାସଆଉଟ୍ । ଉଲ୍ଲେଖନୀୟ କଥା , ଇସ୍ରାଏଲ ଏବଂ ଭାରତର ଲୋକମାନଙ୍କର ମଧ୍ୟ ଆଧ୍ୟାତ୍ମିକ ସଂଯୋଗ ଅଛି । ଅନେକ ଇସ୍ରାଏଲ୍ ଯୁବକ ପ୍ରତିବର୍ଷ ଭାରତକୁ ଆସନ୍ତି ଏବଂ ହିମାଚଳ ପ୍ରଦେଶରେ କୌସଲ, କଲଗା, ମାଲାନା ପରି ସ୍ଥାନରେ ଅଟକି ଥାଆନ୍ତି । ବିଶ୍ୱାସ ଅଛିକି, ଇସ୍ରାଏଲରେ ତିନି ବର୍ଷର ସାମରିକ ତାଲିମ ପରେ, ଭାରତର ପର୍ବତରେ କିଛି ସମୟ ଶାନ୍ତି ବିତାଇବାକୁ ଏଠାକୁ ଆସିଥାନ୍ତି । ସୂଚନାଥାଉକି, କିଛି ସମୟ ପୂର୍ବରୁ ଇସ୍ରାଏଲ୍ ନିଜକୁ କରୋନା ମୁକ୍ତ ଦେଶ ଘୋଷଣା କରିଥିଲା । ଇସ୍ରାଏଲ୍ ଏହାର ବ୍ୟାପକ ଟୀକାକରଣ ଅଭିଯାନ ପରଠାରୁ କରୋନା ଜୀବାଣୁ ପ୍ରତିବନ୍ଧକରେ କୋହଳ କରାଯାଇଛି ।

Leave a Reply

Your email address will not be published. Required fields are marked *