ବିଜେଡି ଜୀଇଁବ, ବିଜେପି ପାଇଁ !

BHUBANESWAR: ହଁ ଆଜ୍ଞା, ବିଜେଡିର ବଞ୍ଚିବା ସମ୍ଭାବନା କମ ଥିବା ବେଳେ ଜୀଇଁବା ସମ୍ଭାବନା କିଛି ମାତ୍ରାରେ ରହୁଛି । ଅର୍ଥାତ, ୨୦୨୪ ନିର୍ବାଚନର ରେଜଲଟ ଓ ତାହାର କାରଣକୁ ଅନୁଶୀଳନ କଲା ପରେ ଲାଗୁଛି, ବିଜେଡିର Revival ଅସମ୍ଭବ ଲାଗୁଥିବା ବେଳେ Survival କଥା ବା ପଚାରେ କିଏ ! ସତରେ କଣ ବିଜେଡି ନିଶ୍ଚିହ୍ନ ହୋଇଯିବ ! ସତରେ କଣ ବିଜେଡି, ଯାହାକି ଦେଶରେ ଏକ ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ, ତାହା ଇତିହାସ ହୋଇଯିବ ! ସତରେ କଣ ବିଜେଡିର ସୃଷ୍ଟିଠାରୁ ତାର ନେତୃତ୍ବ ଓ ଦାୟିତ୍ବ ନେଇଥିବା ଏବଂ ଏବେ ବି ନେଉଥିବା ନବୀନ ପଟ୍ଟନାୟକ, ଏବେ କିଂ କର୍ତ୍ତବ୍ୟ ମୁଢଃ !

ନବୀନଙ୍କ Silently Observation ଆଧାରର Decision କଣ ଏବେ, ଦେଖିବାକୁ ମିଳିବନି ! ଯଦି କୌଣସି ନେତା ବା ମନ୍ତ୍ରୀଙ୍କ ବିରୋଧରେ କିଛିଟା ସାମାନ୍ୟରୁ ସାମାନ୍ୟତମ ଅଭିଯୋଗ ଆସୁଥିଲା ଏବଂ ଓଡ଼ିଶାର ଗଣମାଧ୍ୟମ (୨୦୧୧ ପୂର୍ବରୁ) ତାହା ଉପରେ ଦିନରାତି ରାଉ ରାଉ ହେଉଥିଲା, ସେତେବେଳେ ନବୀନ ପଟ୍ଟନାୟକ ନିରବରେ ଏମିତି ନିଷ୍ପତ୍ତି ନେଉଥିଲେ, ଯାହା କେବଳ ଭାରତୀୟ ରାଜନୀତିରେ ଇତିହାସ କିମ୍ବା ଉଦ୍ଦାହରଣ ସୃଷ୍ଟି କରୁ ନଥିଲା, ବରଂ ବାସ୍ତବ ରାଜନୀତିରେ ଓଡ଼ିଶାବାସୀ ତାହା ଅନୁଭବ କରିବା ସହ ସ୍ବଚକ୍ଷୁରେ ଦେଖୁଥିଲେ । କିନ୍ତୁ ନବୀନ ବାବୁ ଅନେକ ମାତ୍ରାରେ ବଦଳି ଯାଇଛନ୍ତି । ଓଡ଼ିଶାର ପୁଅ ହୋଇ ପୁଣି ଏଯାଏ ଓଡ଼ିଆ କହି ନପାରୁଥିଲେ ମଧ୍ୟ, ନିଜର Political Diplomatic ଏବଂ Political Articulation ଓ Action ଜରିଆରେ, ଅଧିକାଂଶ ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି ସେ । କିନ୍ତୁ ଏବେ କଣ ହୋଇଛି ନବୀନଙ୍କର ? ଏବେ ନୁହେଁ, ୨୦୨୪ ପୂର୍ବରୁ ଅନେକ ବର୍ଷ ହେବ, ସେ କାହିଁକି ତାଙ୍କ Political Power ବା Diplomatic Political Imunityର ବ୍ୟବହାର କରି ନଥିଲେ ବା କରି ନାହାନ୍ତି !
ସରକାରର ନେତୃତ୍ବ ନେବା ସହଜ ସତ, କିନ୍ତୁ ବିରୋଧୀ ଦଳ ନେତା ହେବା ସହଜ ନୁହେଁ । ଜୁନ୍ ୪ ଭୋଟ ଗଣତିର ରେଜଲଟ ଏବଂ ରେଜଲଟ ପରେ ନବୀନ ନିବାସରେ ବିଜେଡି ନେତାଙ୍କୁ ଦେଖି, ନବୀନଙ୍କ ପ୍ରଥମ ଏବଂ ଆକସ୍ମିକ ପ୍ରତିକ୍ରିୟାକୁ ଯଦି ଆମେ ଟିକେ Minutely ଦେଖିବା, ହୁଏତ ଖୋଲା ଆଖିକୁ ଦେଖା ଯାଉ ନଥିବା ଅନେକ ଅଦୃଶ୍ୟ Poll Tricks (Can be read as politics) ବା ସମୀକରଣ Observation ଦେଖିପାରିବା ।

ଲଗାତାର ୨୪ ବର୍ଷ ଶାସନ କଲା ପରେ ବିଜେଡି ଏବେ ବିରୋଧୀ ଦଳ ଆସନରେ । ଲଗାତାର ୨୪ ବର୍ଷରୁ ଅଧିକ ଧରି ରାଜ୍ୟ ଶାସନର ନେତୃତ୍ବ ନେଇଥିବା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ । ଆଉ ନିଜେ ନବୀନ ପଟ୍ଟନାୟକ ଅଛନ୍ତି ବିରୋଧୀ ଦଳ ନେତା । ଲୋକସଭାର ବିରୋଧୀ ଦଳ ନେତାଙ୍କୁ ଯେମିତି Shadow Prime Minister ବୋଲି ଧରାଯାଏ, ଠିକ ସେମିତି ରାଜ୍ୟରେ ବିଧାନସଭାର ବିରୋଧୀ ଦଳନେତାଙ୍କୁ Shadow Chief Minister ବୋଲି କୁହାଯାଏ । ମୁଖ୍ୟମନ୍ତ୍ରୀ, ସରକାରର ସର୍ବେସର୍ବା ହୋଇଥିବା ବେଳେ ସମସ୍ତ ସରକାରୀ ଜିନିଷ ତାଙ୍କୁ ଚୁଟକିରେ ଉପଲବଧ । ହେଲେ ୨୪ ବର୍ଷ ଧରି ଓଡ଼ିଆ ଶିଖିପାରି ନଥିବା ଜଣେ ନେତା କେମିତି, ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ଓଡ଼ିଆ ଭାବନାରେ, ଓଡ଼ିଆଙ୍କ ଭାବନାକୁ ପରିପ୍ରକାଶ କରିପାରିବ ! ( ଏଇଠି ବିଜେପିର ଓଡ଼ିଆ ଅସ୍ମିତା ନାରା ପଏଣ୍ଟ ସ୍କୋର କରୁଛି) । କାଗଜରୁ ପଢ଼ି ଶାସକ ଦଳକୁ କାଉଣ୍ଟର କରିବା କେବେ ବି ସମ୍ଭବ ନୁହେଁ ନବୀନ ବାବୁ ।…

ତେଣୁ ଏଭଳି ସ୍ଥିତିରେ Emotionକୁ ବାଦ ଦେଇ Realisation ବା ବାସ୍ତବତା ଉପରେ ଧ୍ୟାନ ଦେବାର ସମୟ ଆସିଛି । କାରଣ Survival of the fittest…
P, for Pyari Mohan… P, for Pandian… ଜଣେ ଥିଲେ ଅବସରପ୍ରାପ୍ତ IAS ଅଫିସର, ଯିଏ କି ନବୀନଙ୍କ ବାପା ବିଜୁଙ୍କର ଅତି ଘନିଷ୍ଠ ଥିଲେ, ପରେ ନବୀନଙ୍କର ହୋଇଥିଲେ । ପାଣ୍ଡିଆନ୍ ବି ଥିଲେ ଜଣେ IAS ଅଫିସର, ଯିଏ ସରକାରୀ ଚାକିରିରେ (ସରକାରୀ ରେକର୍ଡ ଅନୁସାରେ) ଥାଇ ନବୀନଙ୍କ ଅତି ଘନିଷ୍ଠ ଥିଲେ, ଆଉ ଏବେ ଅବସରପ୍ରାପ୍ତ ହୋଇଥାଇ ବି । …

ଓଡ଼ିଶାର ପ୍ରତିଟି ଗଣମାଧ୍ୟମ ମୁହଁରେ ଗୋଟିଏ ପ୍ରଶ୍ନ… ପାଣ୍ଡିଆନଙ୍କ ସହ ଦିଲ୍ଲୀ ଯାଇଛନ୍ତି ନବୀନ… କାହିଁକି ? କଣ ପାଇଁ ? ଏବେ ପାଣ୍ଡିଆନ ତାଙ୍କର କିଏ କି ! ପାଣ୍ଡିଆନ ତ ପୂର୍ବଭଳି ତାଙ୍କ ବ୍ୟକ୍ତିଗତ ସଚିବ ନୁହଁନ୍ତି ନା ? ପୁଣି, ବିଜେଡି ନିର୍ବାଚନ ହାରିବା ପରେ ସେ ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି ନା ! ତେବେ, ସେ ଏବେ ନବୀନଙ୍କର କିଏ ? କାହିଁକି ନବୀନ ପଟ୍ଟନାୟକ, ତାଙ୍କ ସହ ଦିଲ୍ଲୀ ଯାଇଛନ୍ତି ? ନବୀନ ବାବୁ, ପାଣ୍ଡିଆନଙ୍କୁ ସାଥିରେ ନେଇଛନ୍ତି ନା ପାଣ୍ଡିଆନ ବାବୁ, ନବୀନଙ୍କୁ ତାଙ୍କ ସାଥିରେ ନେଇଛନ୍ତି ! ଓଡ଼ିଶାର କେହି ବା ଓଡ଼ିଶା ରାଜନୀତିରେ ରୁଚି ରଖୁଥିବା କେହି ବ୍ୟକ୍ତି, ଦୟାକରି ଏହାର ପ୍ରାସଙ୍ଗିକ ଉତ୍ତର ଦେଇପାରିବେ କି ? (ଆମେ ଆପଣଙ୍କ ଅପେକ୍ଷାରେ)…

କାହିଁକି ୨୦୨୪ ନିର୍ବାଚନରେ ବିଜେଡି ହାରିଲା ? କଣ ଥିଲା, ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ବିରୋଧରେ, ସରକାରୀ ବିରୋଧୀ ହାୱାର ପ୍ରମୁଖ ମୁଦ୍ଦା ? ଓଡ଼ିଶାର କେହି ଏହା ଅନୁଭବ ବା ହୃଦବୋଧ କରିଛନ୍ତି କି ! ୨୦୨୪ ନିର୍ବାଚନର ରେଜଲ୍ଟ ଏମିତି ହେବ ବୋଲି, କେହି ଓଡ଼ିଆ ବା ଦେଶର ଅନ୍ୟ କୌଣସି ରାଜ୍ୟର ଲୋକେ ଏହା ଅନୁମାନ କରିଥିଲେ କି ! କିନ୍ତୁ ସମସ୍ତଙ୍କ ଅନୁଭବ, ଅନୁମାନ, ଆକଳନ ଓ ଆଶଙ୍କାକୁ ଭୁଲ ପ୍ରମାଣିତ କରିଦେଲା, ଓଡ଼ିଶାର ୨୦୨୪ ନିର୍ବାଚନ ରେଜଲଟ । କଣ ନବୀନ ପଟ୍ଟନାୟକ ଏଥି ପାଇଁ ଦାୟୀ ? ୨୦୧୯ ନିର୍ବାଚନ ପୂର୍ବରୁ କିନ୍ତୁ ପ୍ୟାରୀ ବାବୁ ଗଦ୍ଦାର ସାବ୍ୟସ୍ତ ହୋଇ ସାରିଥିଲେ । ରାଜନୈତିକ ମହଲର ଟୁପୁରୁ ଟାପୁରୁ ଅନୁଯାୟୀ, କାଳେ ପ୍ୟରୀଙ୍କ ବିଫଳତାରୁ ସଫଳତାର ପାଠକୁ ଲୁକାୟିତ ଭାବେ ପଢୁଥିଲେ ଏବଂ ପଢ଼ିଛନ୍ତି, ପାଣ୍ଡିଆନ୍ । ଯେଉଁଥି ପାଇଁ ୨୦୧୯ ନିର୍ବାଚନରେ ଥରକ ପାଇଁ ବିଜେଡିକୁ ସଫଳତାର ବମ୍ପର୍ ସ୍ବାଦ ଚଖାଇ, ୨୦୨୪ଠାରୁ ସବୁଦିନ ପାଇଁ ବିଜେଡିକୁ ପରୋକ୍ଷରେ Vegetative Stateକୁ ପଠାଇ ଦେଇଛନ୍ତି । (୨୦୨୪ ନିର୍ବାଚନରେ ବିଜେଡିର ପ୍ରମୁଖ ଏବଂ ଏକମାତ୍ର ଚେହେରା ଥିଲେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ବା ବିଜେଡି ନେତା ଓ କର୍ମୀଙ୍କ ପ୍ରିୟ ପାଣ୍ଡିଆନ୍ ସାର୍…)

ନବୀନ ବାବୁ ଦୟାକରି କହିବେ କି, ବିଜୁ ବାବୁଙ୍କ ନାଁରେ, ତାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାର ବାଜା ବଜାଇ, ୨୪ ବର୍ଷ ଧରି ଆପଣ, ଯେଉଁ କାରଣକୁ ନିଜର ଏବଂ ନିଜ ଦଳର, ବିଜୟର Plus Point ବୋଲି କହି ଚାଲିଥିଲେ, ଏବେ ସେ Qualitative ଭରା Quality ଆପଣଙ୍କ ପାଖରୁ ଗଲା କୁଆଡ଼େ, Minus ହେଲା କେମିତି ?
କ୍ଷମା କରିବେ ନବୀନ ବାବୁ, ନିର୍ବାଚନ ସରିବାର ୯ ମାସ ପରେ ମଧ୍ୟ ଆପଣଙ୍କୁ “ହେ, ନବୀନ ବାବୁ ଆମେ ତମେ ଫ୍ୟାନ୍” ବୋଲି କହି ବୁଲୁଥିବା ସାଧାରଣ ବିଜେଡି କର୍ମୀଟି, ଏଯାଏ ଜାଣିପାରିଲାନି, ତାଙ୍କ ଦଳର ଏବଂ ତାର ପ୍ରିୟ ନେତାଙ୍କ ପରାଜୟର ପ୍ରକୃତ କାରଣ କଣ ! ତାକୁ ପଚାରିଲେ ସେ କେବଳ ଏତିକି କହୁଛି, ନିର୍ବାଚନ ପରେ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ନବୀନ କହିଛନ୍ତି “He is a good officer”…
ଏବେ ସେହି Good Officerଙ୍କ ସହ ନବୀନ ବାବୁ ଦିଲ୍ଲୀ ଯାଇଛନ୍ତି । ବିଜେଡି ନେତାଏ ଏହାକୁ ନବୀନ ବାବୁଙ୍କ ଘର କଥା କହି, ବ୍ୟକ୍ତିଗତ ପରିଧିରେ ସୀମିତ କରିଦେବାକୁ ଯଥା ସମ୍ଭବ ପ୍ରୟାସ କରିଛନ୍ତି ସତ, ହେଲେ ଲୋକଙ୍କୁ ଏହା ସନ୍ତୁଷ୍ଟ କରିପାରୁନି । କାରଣ ନିଆଁକୁ ଅଣ୍ଅଟିରେ ପୂରାଇ ରଖିଲେ ଜଳିପୋଡ଼ି ମରିବା ଯେମିତି ସାର, ଠିକ ସେମିତି ଘା’କୁ ଲୁଚାଇ କ୍ୟାନସରେ ମରିବା ଥୟ । ଏଭଳି ସ୍ଥିତିରେ ବିଜେଡିର Revival ସମ୍ଭବ ଲାଗୁ ନଥିବା ବେଳେ Survival କଥା ବା ପଚାରେ କିଏ !

ବୋଧ ହୁଏ, ସମମଦୂରତାର ଦ୍ବାହି ଦେଇ, ୨୦୧୪ରୁ ବିଜେପି ସହ ଭିତିରିଆ ସହମତି ଆଧାରରେ କେବଳ ଅତି ମିତ୍ରତା ସ୍ଥାପନ କରିଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ନିଶ୍ଚିହ୍ନପ୍ରାୟ ଅବସ୍ଥାରେ !
ଧନ୍ୟବାଦ, ବିଜେପିର ବଡ଼ଭାଇ ଦିବଂଗତ ଜନସଂଘର ସହଯୋଗୀ ତଥା ‘ଜନତା ଦଳ’ରୁ ସୃଷ୍ଟ, ଦଳଙ୍କ ମଧ୍ୟରୁ, ଜନସଂଘର ସାନଭାଇ ବିଜେପି, ପ୍ରଥମ ରାଜନୈତିକ ପ୍ରତିଶୋଧ ସ୍ବରୂପ ବିଜେଡିକୁ ଶିକାର କରିଛି । ଆଉ ଏବେ ଓଡ଼ିଶାରେ ନିଜର Stability ବା ସ୍ଥିରତା ବଜାୟ ରଖିବା କଥା କୁହନ୍ତୁ ବା ଆଗାମୀ ଅଭିବୃଦ୍ଧି ପାଇଁ ସମ୍ଭାବନା ରଖୁଥିବା କଂଗ୍ରେସକୁ ଚେକ୍ ଦେବାକୁ, ବିଜେଡିକୁ ବଞ୍ଚାଇ ରଖିବାକୁ ନୁହେଁ ବରଂ Vegetative State ବା ମରି ମରି ଜୀଇଁଥିବା ଅବସ୍ଥାରେ ରଖିବାକୁ ଚାହୁଁଛି ବୋଲି ଓଡ଼ିଶା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।…

Leave a Reply

Your email address will not be published. Required fields are marked *