ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କଲା ଇରାନ
ଆମେରିକା , (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ ଟମ୍ପଙ୍କ ଗିରଫଦାରୀରେ ସହଯୋଗ କରିବାକୁ ଇଣ୍ଟରପୋଲକୁ ମଧ୍ୟ ଇରାନ ଅନୁରୋଧ କରିଛି । ଟମ୍ପଙ୍କ ନିର୍ଦେଶରେ ଇରାନରେ ଡ଼୍ରୋନ୍ ଷ୍ଟ୍ରାଇକ୍ କରାଯିବା ଏବଂ ଏଥିରେ ଜେନେରାଲ ସୁଲେମାନୀଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ଇରାନ ଏହି ଗିରଫ ପରୱାନା ଜାରି କରିଥିବା କୁହାଯାଉଛି । ତେହରାନର ଅଭିଯୋଜନ ଅଲି ଅଲକାସିମହର କହିଛନ୍ତି ଯେ, ଇରାନ ଜାନୁଆରୀରେ ବଗଦାଦରେ ହୋଇଥିବା ହମଲାରେ ଟ୍ରମ୍ପ ଓ ୩୦ ଅନ୍ୟ ଲୋକଙ୍କ ବିରୋଧରେ ଆରୋପ ଲଗାଇଛନ୍ତି। ଏହି ଡ୍ରୋନ ହମଲାରେ ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ଘଟିଥିଲା।
ସମ୍ବାଦ ଏଜେନ୍ସି ଆଇଏସଏନର ଖବର ଅନୁଯାୟୀ, ଅଭିଯୋଜକ ଅଲକାସିମର ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କାହାକୁ ଚିହ୍ନଟ କରି ନାହାନ୍ତି। ମାତ୍ର ଏହା ଜୋର୍ ଦେଇଛନ୍ତି ଯେ, ଇରାନ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଏହି କେସ୍କୁ ଜାରି ରଖିବେ।
ଫ୍ରାନ୍ସର ଲୟୋନରେ ସ୍ଥିତ ଇଣ୍ଟରପୋଲ୍ ଏହି ଘଟଣାରେ ତୁରନ୍ତ କୌଣସି ଜବାବ ଦେଇ ନାହିଁ। ଏହା ମଧ୍ୟ ସମ୍ଭାବନା ନାହିଁ ଯେ, ଇଣ୍ଟରପୋଲ୍ ଇରାନର ଏହି ଅନୁରୋଧକୁ ସ୍ଵୀକାର କରିବ। କାରଣ ଗାଇଡ୍ଲାଇନ୍ ଅନୁଯାୟୀ ଇଣ୍ଟରପୋଲ୍ କୌଣସି ରାଜନୈତିକ ସମ୍ବନ୍ଧିତ ମାମଲାରେ ହସ୍ତକ୍ଷେପ କରି ପାରିବ ନାହିଁ।