ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳବଦଳକରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଡେପୁଟେସନରୁ ଆଇଜି ଏସ ଦେବଦତ୍ତ ସିଂହ ଫେରିଥିବାବେଳେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅଖିଳେଶ୍ବର ସିଂହ ଜଗତସିଂହପୁର ଏସ୍‌ପି ହୋଇଥିବାବେଳେ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି। ପିଏସ ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍‌ପି ଦାୟିତ୍ବ ଦିଆଯାଇଥିବାବେଳେ ରାହୁଲ ଜୈନଙ୍କୁ ବରଗଡ଼ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଭାବେ ଦାୟିତ୍ବ ଦିଆଯାଇଥିବାବେଳେ ମାଲକାନଗିରି ଏସ୍‌ପି ଭାବେ ପିଏସ ମୀନା ଏବଂ ମୟୁରଭଞ୍ଜ ଏସପି ଭାବେ କେଆର ଦ୍ୟାନଦେଓଙ୍କୁ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *