ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) :ସବ୍ ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲାରେ l ମୃତ ବ୍ୟକ୍ତି ହେଲେ ମନୋଜ ନାୟକ l ମଙ୍ଗଳବାର ଅପରାହ୍ନରେ ମନୋଜ ନାୟକ ୨୨ ବର୍ଷିୟ ବିଚାରଧୀନ ଜେଲର ସେଲରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମନୋଜ ଅନ୍ୟ କଏଦୀଙ୍କ ସହ ମିଶି ଜଳଖିଆ ଓ ମଧ୍ୟାହ୍ନ ଭୋଜନ କରିଥିଲା।
ମଧ୍ୟାହ୍ନ ଭୋଜନ ପରେ ଅନ୍ୟ କଏଦୀମାନେ ଶୋଇଯିବାର ସୁଯୋଗ ନେଇ ସ୍କାଟଲାଇଟ୍ରେ ଗାମୁଛା ବାନ୍ଧି ମନୋଜ ଆତ୍ମହତ୍ୟା କରିଥିଲେ। ଗତ ରବିବାର ଦିନ ଏକ ଦୁଷ୍କର୍ମ ଅଭିଯୋଗରେ ମନୋଜଙ୍କୁ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୋଲିସ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା। ଗତ ଫେବୃଆରି ୨୫ ତାରିଖରେ ମନୋଜ ନୂଆଗାଁ ଅଞ୍ଚଳରେ ଜଣେ ୧୭ବର୍ଷିୟ ନାବାଳିକାଙ୍କୁ ଅପହରଣ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା।ଦୁଇଦିନ ତଳେ ନୂଅଗାଁ ଛକ ନିକଟରେ ମନୋଜ ବୁଲାବୁଲି କରୁଥିବା ଖବର ପାଇବା ପରେ ମନୋଜକୁ ଗିରଫ କରିଥିଲା ।
ପରେ ମନୋଜକୁ ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ମନୋଜ ସେଲ ଭିତରେ ଆତ୍ମହତ୍ୟା କରିଛି l ଶବ ବ୍ୟବଚ୍ଛେଦ ପରେ ମୃତ କଏଦୀଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜେଲ୍ ସୁପରିନଟେଣ୍ଟେଟ୍ କହିଛନ୍ତି। ତେବେ ଜଣେ କଏଦୀ ଆତ୍ମହତ୍ୟା କଲା, ଜେଲ୍ କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।