ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଇନଫୋସିସ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସୂଚନା ପ୍ରଯୁକ୍ତି କମ୍ପାନୀ ଇନଫୋସିସ୍‌ ଲିମିଟେଡ୍ ଦେଶବ୍ୟାପୀ ଏହାର ସମସ୍ତ କର୍ମଚାରୀଙ୍କ କରୋନା ଟିକାକରଣ ବାବଦ ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ଇନଫୋସିସ୍‌ରେ ପ୍ରାୟ ୨ଲକ୍ଷ ୪୨ହଜାର କର୍ମଚାରୀ ଅଛନ୍ତି। ଏହା ସହିତ ଆଉଟସୋର୍ସିଂ ସେବା ପ୍ରଦାନକାରୀ କମ୍ପାନୀ ଆସେନଚୁଏର ଏହାର କମ୍ପାନୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ କହିଛି। ଆସେନଚୁଏର ଭାରତରେ ଦେଢ ଲକ୍ଷ କର୍ମଚାରୀ ଅଛନ୍ତି। ଦେଶର ଅନ୍ୟାନ୍ୟ କେତେକ କମ୍ପାନୀ ଯଥା ମହିନ୍ଦ୍ରା ଗ୍ରୁପ୍‌, ଆଇଟିସି ଲିମିଟେଡ ଆଦି ନିଜ କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବାକୁ ବିଚାର କରୁଛନ୍ତି।

Leave a Reply

Your email address will not be published.