୭୪ କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା  ୭୪କରୋନା ଭୁତାଣୁ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ୭୪ଜଣଙ୍କ ଭିତରୁ ୭୩ଜଣଙ୍କ କ୍ଵାରେଣ୍ଟୀନ୍‌ ସେଣ୍ଟରରୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାର ୬ ଜଣଙ୍କ ଭିତରୁ ୫ଜଣ କ୍ଵାରେଣ୍ଟୀନ୍‌ ହୋମ୍‌ରୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ଜଣ ଗୁଜରାଟ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି।
ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନିତ ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ  ୫ଜଣ ଗୁଜୁରାଟର, ଜଣେ ପଶ୍ଚିମବଙ୍ଗର ଓ ଜଣେ ସ୍ଥାନୀୟ ବାସିନ୍ଦା।  ସମସ୍ତେ କ୍ଵାରେଣ୍ଟୀନ୍‌ ସେଣ୍ଟରରେ ରହୁଥିଲେ।
କଟକର ୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସୁରତ ଫେରନ୍ତା, ୨ଜଣ ମହାରାଷ୍ଟ୍ର ଓ ଜଣେ ତାମିଲନାଡ଼ୁ ଫେରନ୍ତା ଓ ସମସସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ । ଢ଼େଙ୍କାନାଳର ଜଣେ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । କନ୍ଧମାଳର ଜଣେ ଆକ୍ରାନ୍ତ କେରଳ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ। ଯାଜପୁରର ସମସ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ, ୨ଗୁଜୁରାଟର ଓ ଜଣେ ମହାରାଷ୍ଟ୍ରର ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ବୌଦ୍ଧର ୨୮ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ଗୁଜୁରାଟ ଫେରନ୍ତା, ୫ଆନ୍ଧ୍ରରୁ, ୨ତେଲେଙ୍ଗାନା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ ।
ମାଲକାନଗିରିରେ ଚିହ୍ନଟ ହୋଇଥିବା ୨ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । ବାଲେଶ୍ୱରର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ।
କେନ୍ଦ୍ରାପଡ଼ାର ୨ପଜିଟିଭ୍ ଜଣେ ପଶ୍ଚିମବଙ୍ଗ ଓ ଜଣେ ତେଲେଙ୍ଗାନା ଫେରନ୍ତା । ସମସ୍ତେ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ ।
ପୁରୀର ୧୧ଜଣ ଜଣେ ଆନ୍ଧ୍ର, ଜଣେ ତାମିଲନାଡ଼ୁ, ଜଣେ କର୍ଣ୍ଣାଟକ ଓ ୮ଜଣ ଗୁଜୁରାଟ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ।  ଏ ୭୪ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଚିହ୍ନିତଙ୍କ ସଂଖ୍ୟା ୧୦୫୨ ରେ ପହଁଞ୍ଚିଛି l ସେମାନଙ୍କ ମଧ୍ୟରୁ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୯ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି l ୬ ଜଣଙ୍କ ର ମୃତ୍ୟୁ ହୋଇଛି l

Leave a Reply

Your email address will not be published.