୨୪ ଘଣ୍ଟାରେ ୮ ହଜାର ୧୭୧ ନୂଆ ମାମଲା, ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ୯୮ ହଜାର ୭୦୬ ରେ ପହଞ୍ଚି ସାରିଛି । ସୋମବାର ୮ ହଜାର ୧୭୧ ନୂଆ ମାମଲା ସାମ୍ନାକୁ ଆସିଛି ୨୦୪ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୭୦ ହଜାର, ଦିଲ୍ଲୀ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର ହୋଇଛି । କରୋନା ସଂକ୍ରମଣ ଦେଶର ୨୮ ରାଜ୍ୟକୁ ଆକ୍ରାନ୍ତ କରି ସାରିଛି । ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ କରୋନା କବଜାରେ । ଏଥିରେ ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ଚଣ୍ଡୀଗଡ଼, ଆଣ୍ଡାମାନ ନିକୋବର, ଲଦାଖ, ପୁଡୁଚେରୀ ଓ ଦାଦରାନଗର ହବେଲି ସାମିଲ ରହିଛି । ଦେଶରେ ବତ୍ତମାନ ୯୭ ହଜାର ୫୮୧ ଆକ୍ଟିଭ ମାମଲା ରହିଛି । କରୋନା ମହାମାରୀରେ ଏବେ ସୁଦ୍ଧା ୫ ହଜାର ୫୯୮ ଜଣଙ୍କର ମୃତ୍ୟୁ ହୋଇସାରିଛି ।ଅପରପକ୍ଷରେ ୯୫ ହଜାର ୫୨୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଆଉ ଜଣେ ସଂକ୍ରମିତ ବିଦେଶ ଫେରି ଯାଇଛନ୍ତି ।

ଦେଶରେ ବର୍ତ୍ତମାନ ପ୍ରତିଦିନ ପାଖାପାଖି ୮ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଏପଟେ ପ୍ରତିଦିନ ପାଖାପାଖି ୨୦୦ ଜଣଙ୍କ ମୃତ୍ୟୁ ମଧ୍ୟ ହେଉଛି । ପ୍ରତିଦିନ ଆସୁଥିବା ନୂଆ ମାମଲା ଏବଂ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅନ୍ତର ଲଗାତାର କମ ହେବାକୁ ଲାଗିଛି । ମହାରାଷ୍ଟ୍ରରେ ସୋମବାର ଦିନ ୨ ହଜାର ୩୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୬ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ୧୩ ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଭାରତ ସଂକ୍ରମଣ ମାମଲାରେ ଦୁନିଆର ସପ୍ତମ ସ୍ଥାନରେ ରହିଛି । କିନ୍ତୁ ଦେଶରେ ଗୋଷ୍ଠୀ ସଂକ୍ରମଣ ମାମଲା ନାହିଁ ।

Leave a Reply

Your email address will not be published.