ଦେଶ ପାଳନ କରୁଛି ୭୫ ତମ ସ୍ୱାଧିନତା ଦିବସ, ଲାଲକିଲ୍ଲାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶ ପାଳନ କରୁଛି ୭୫ ତମ ସ୍ବାଧୀନତା ଦିବସ । ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୭ ଟା ୫ରେ ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯିବେ । ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

୭ ଟା ୧୦ରେ ପ୍ରଧାନମନ୍ତ୍ରୀ ରାଜଘାଟରୁ ଲାଲକିଲ୍ଲା ଅଭିମୁଖେ ବାହାରିବେ । ୭ ଟା ୨୦ରେ ଲାଲ୍ କିଲ୍ଲାରେ ହେବ ଗାର୍ଡ ଅଫ୍ ଅନର । ୭ ଟା ୩୦ରେ ଲାଲ୍ କିଲ୍ଲାରେ ତ୍ରିରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଆଜାଦ୍ କା ଅମୃତ ମହୋତ୍ସବ’ । ଏହି ବର୍ଷ ଦେଶବାସୀଙ୍କୁ ନୂଆ ଶକ୍ତି ଏବଂ ନବଚେତନା ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *