ଗିନିଜ୍ ରେକର୍ଡରେ ଭାରତର ବାଘ ଗଣନା; ଦେଶ ପାଇଁ ହେବ ସମର୍ପିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଗିନିଜ୍ ୱାଲ୍ଡ ରେକର୍ଡରେ ଭାରତର ବାଘ ଗଣନା ସ୍ଥାନ ପାଇଛି । ଏହି ୱାର୍ଲ୍ଡ ରେକର୍ଡକୁ ଭାରତର ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ କେନ୍ଦ୍ରୀୟ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର୍ ।

‘ବିଶ୍ୱ ବ୍ୟାଘ୍ର ଦିବସ’ର ପୂର୍ବ ସନ୍ଧ୍ୟା ତଥା ମଙ୍ଗଳବାର ଦିନ ମନ୍ତ୍ରୀ ଏକ ବୈଠକରେ ଏହି ରେକର୍ଡକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଏହି ଅବସରରେ ପର୍ଯ୍ୟାବରଣ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଘ୍ର ଉପରେ ଏକ ନୂଆ ୱେବସାଇଟ୍ ଲଞ୍ଚ କରାଯିବ । ଏହାବ୍ୟତିତ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆଉଟରିଚ୍ ଜର୍ନଲକୁ ମଧ୍ୟ ଜାରି କରାଯିବ ।

ଏହି ରେକର୍ଡ ବ୍ୟାଘ୍ର ଗଣନା ସର୍ଭେକ୍ଷଣକୁ ନେଇ ହୋଇ ପାରିଛି । କ୍ୟାମେରା ଟ୍ରାପିଙ୍ଗ ମେଥଡରେ ପ୍ରାୟ ୧ ଲକ୍ଷ ୨୧ ହଜାର ବର୍ଗ କିମି. ଅଞ୍ଚଳରେ ଏହି ସର୍ଭେ କରାଯାଇ ଥିଲା । ଯେଉଁଥିପାଇଁ ପ୍ରାୟ ୨୬ ହଜାର ୮୩୮ ସ୍ଥାନରେ କ୍ୟାମେରା ଲଗା ଯାଇଥିଲା । ପ୍ରାୟ ୩ କୋଟି ୪୮ ଲକ୍ଷ ଫଟୋ ଉତ୍ତୋଳନ କରାଯାଇଥିଲା ।

ଯାହା ଗିନିଜ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲା । ୪ ବର୍ଷରେ ଥରେ ବ୍ୟାଘ୍ର ଗଣନା ହେଉଥିବା ବେଳେ କେନ୍ଦ୍ରୀୟ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର୍ ଏହାକୁ ଏକ ସଫଳତା ବୋଲି କହିଥିଲେ ।

ଏବେ ବିଶ୍ୱରେ ବ୍ୟାଘ୍ର ସଂଖ୍ୟାର ୭୦ ପ୍ରତିଶତ ବାଘ କେବଳ ଭାରତରେ ରହିଛନ୍ତି ।

ଏହାବ୍ୟତିତ କ୍ୟାମେରା ଟ୍ରାପ୍ ଓ ଗ୍ରାଉଣ୍ଡ ସର୍ଭେ ତଥ୍ୟ ଅନୁଯାୟୀ ଭାରତର ୨୦ଟି ରାଜ୍ୟରେ ବାଘ ରହିଛନ୍ତି । ତେବେ ୨୦୨୨ ସୁଦ୍ଧା ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

 

Leave a Reply

Your email address will not be published.