ଦେଶରେ ୩୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୭୬,୪୭୨ ପଜିଟିଭ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୪ ଲକ୍ଷ ୬୩ ହଜାର ୯୭୩ରୁ ଅଧିକ ଟପିଛି।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨,୫୫୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୭୬,୪୭୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୦୨୧ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ୭,୫୨,୪୨୪ ରହିଛି।

ଏହା ବ୍ୟତୀତ ୨୬ ଲକ୍ଷ ୪୮ ହଜାର ୯୯୯ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏଁ ୧ ଲକ୍ଷ ୮୧ ହଜାର ୦୫୦ରୁ ଅଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ଦିଲ୍ଲୀରେ ୧୩ ହଜାର ୫୫୦ରୁ ଅଧିକ ରହିଛି।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪୩୮୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୩ ହଜାର ୭୭୫ ରହିଛି ।

Leave a Reply

Your email address will not be published.