ଅଲିମ୍ପିକ୍ସ ମହିଳା ହକି; ଗ୍ରେଟ ବ୍ରିଟେନ ଠାରୁ ଭାରତ ୪-୩ ଗୋଲରେ ପରାସ୍ତ
ଟୋକିଓ, (ଓଡିଶା ଟାଇମ୍): ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍ । ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ । ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ । ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍ । ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି ।
ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା । ବ୍ରିଟେନ ବିପକ୍ଷରେ ଦୁଇଟି ଗୋଲ ପଛରେ ରହି ସତ୍ତ୍ୱେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ବ୍ରିଟେନର ଭାଗ୍ୟ ସହାୟ ହେବା ପରି ଜିତାପଟ ମାରିଥିଲା ଦଳ । ଆଉ ପରାଜୟ ହାସଲ କରିଛି ଭାରତ ଦଳ ।
#TokyoOlympics | Indian Women's Hockey team loses to Great Britain, 4-3 in the Bronze Medal match pic.twitter.com/N0UCQNe22m
— ANI (@ANI) August 6, 2021











