ମେ’୧୨ରୁ ୧୫ ଟେନ୍ ଚାଲିବ, ଆସନ୍ତା କାଲିଠୁ ବୁକିଂ ଆରମ୍ଭ; ଦିଲ୍ଲୀରୁ ଭୁବନେଶ୍ଵର ଟ୍ରେନ୍ ଆସିବ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମଙ୍ଗଳବାରଠାରୁ ଭାରତୀୟ ରେଳ ଯାତ୍ରୀବାହୀ ସେବା ଆରମ୍ଭ ହେବ। ଏଥିଲାଗି ମନ୍ତ୍ରଣାଳୟ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହିଦିନ ୧୫ଟି ଟ୍ରେନ୍ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବ। ସେଥିପାଇଁ ଆସନ୍ତା କାଲି ଅର୍ଥାତ୍ ସୋମବାରଦିନଠୁ ଟିକଟ ବୁକିଂ ହେବ ବୋଲି ରେଳବାଇ କହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ୧୫ଟି ରୁଟ୍ରେ କେବଳ ଏସି ଟ୍ରେନ୍ ହିଁ ଚଳାଚଳ କରିବ।
ଏକ ପ୍ରେସ୍ ବିଜ୍ଞପ୍ତିରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କରୋନା ଭୁତାଣୁ ସଂକ୍ରମଣ ଓ ଲକ୍ଡାଉନ୍ ଆଦେଶ ଅନୁସାରେ ଦେଶରେ ଟ୍ରେନ୍ ସେବାକୁ ବାତିଲ୍ କରାଯାଇଥିଲା। ଦୁଇମାସ ପରେ ଏହି ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ଆସନ୍ତା କାଲି ୪ ଟା ବେଳଠୁ ଏଥିଲାଗି ବୁକିଂ ବ୍ୟବସ୍ଥା ଆରମ୍ଭ ହେବ।
ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ହଳ ଟ୍ରେନ୍ ଯାତାୟାତ କରିବ। ଅର୍ଥାତ୍ ଦୈନିକ ୩୦ଟି ଯାତ୍ରା ହେବ। ଏହାପରେ ଏହା ଆସ୍ତେ ଆସ୍ତେ ଆସ୍ତେ ବଢ଼ିବ। ମେ‘ ୧୨ ତାରିଖରୁ ଏହି ସେବା ଆରମ୍ଭ ହେବ।
ଏହି ୧୫ଟ୍ରେନ୍ ଦିଲ୍ଲୀରୁ ଛାଡ଼ିବ ଏବଂ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଯେଉଁ ୧୫ଟି ଷ୍ଟେସନ୍କୁ ରେଳସେବା ଯିବ ସେଗୁଡ଼ିକ ହେଲା ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟଣା, ବିଳାଶପୁର, ରାଞ୍ଚି, ଭୁବନେଶ୍ଵର, ସିକନ୍ଦରାବାଦ, ମୁମ୍ବାଇ ସେଣ୍ଟ୍ରାଲ, ବେଙ୍ଗାଲୁରୁ, ଚେନ୍ନାଇ, ମାଡାଗାଓଁ, ଅହମ୍ମଦାବାଦ ଏବଂ ଜମ୍ମୁ ତାୱି।
ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ିବ। ଏବେ ୨୦ ହଜାର ରେଳ କୋଚ୍ କୋଭିଡ୍ ହସ୍ପିଟାଲ୍ ପାଇଁ ସ୍ଥିର କରାଯାଇଥିବା ବେଳେ ୩୦୦ କୋଚ୍ ପ୍ରତିଦିନ ଶ୍ରମିକ ସ୍ଵତନ୍ତ୍ର ଭାବେ କାର୍ଯ୍ୟ କରୁଛି।
ଏହି ଟ୍ରେନ୍ରେ ବୁକିଂ କେବଳ ଅନ୍ଲାଇନ୍ ମାଧ୍ୟମରେ ହେବ। ଯେଉଁ ଯାତ୍ରୀମାନଙ୍କ ପାଖରେ ନିଶ୍ଚିତ ଟିକେଟ୍ ଥିବ କେବଳ ସେମାନଙ୍କୁ ଯାତଆ ଅନୁମତି ମିଳିବ। ପୁଣି ଲକ୍ଷଣ ବିହୀନ ହୋଇଥିଲେ ହିଁ ଯାତ୍ରା ସମ୍ଭବ।