ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ

ମୁମ୍ବାଇ, (ଓଡିଶା ଟାଇମ୍): ସୋନୀ ଟିଭିରେ ପ୍ରସାରିତ ଦେଶର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨ର ବିଜେତା ହୋଇଛନ୍ତି ପୱନଦୀପ ରାଜନ। ଅନ୍ୟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ମୁକୁଟ ପିନ୍ଧିଛନ୍ତି। ରବିବାର ଅନୁଷ୍ଠିତ ଶୋ’ର ଗ୍ରାଣ୍ଡ ଫିନାଲେରେ ପୱନଙ୍କୁ ବିଜେତା ଘୋଷଣା କରାଯାଇ ଟ୍ରଫି ସହ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍ ଓ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।ଫିନାଲେରେ ୬ ପ୍ରତିଯୋଗୀ ପୱନଦୀପ ରାଜନ, ଅରୁଣିତା କାଞ୍ଜିଲାଲ୍, ସାୟଲି କାମ୍ବଲେ, ନିହାଲ୍ ତାଉରୋ, ମହମ୍ମଦ ଦାନୀଶ ଓ ଶନମୁଖପ୍ରିୟାଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

ଏଥିରେ ପୱନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅରୁଣିତା କାଞ୍ଜିଲାଲା, ତୃତୀୟ ସ୍ଥାନରେ ସାୟଲି କାମ୍ବଲେ ରହିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ମହମ୍ମଦ ଦାନୀଶ, ପଞ୍ଚମ ସ୍ଥାନରେ ନିହାଲ ଓ ସବୁଠୁ କମ୍ ଭୋଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ଶନମୁଖପ୍ରିୟା।

ଇଣ୍ଡିଆନ ଆଇଡଲ ଇତିହାସରେ ପ୍ରଥମ ଥର ପାଇଁ ଗତକାଲି ଚଳିତ ସିଜିନ୍‌ର ଶେଷ ଏପିସୋଡ଼କୁ ୧୨ ଘଣ୍ଟା ପାଇଁ ଟେଲିକାଷ୍ଟ କରାଯାଇଥିଲା। ଶୋ’ର ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀଙ୍କୁ ସପୋର୍ଟ କରିବା ଲାଗି ଅନୁ ମଲ୍ଲିକ, ସୋନୁ କକ୍କଡ, ହିମେଶ ରେଶମିୟା, ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ, ବିଶାଲ ଦଦଲାନି, ମିକା ସିଂ, ଭାରତୀ ସିଂ, ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଶୋ’ ଦୀର୍ଘ ୮ ମାସ ଧରି ଚାଲିଥିଲା ଏବଂ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା।

Leave a Reply

Your email address will not be published.