ଆଜି ଭାରତ-ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ଓ ଚୀନ ସେନାର ବରିଷ୍ଠ କମାଣ୍ଡର ଶନିବାର ଦଶମ ପର୍ଯ୍ୟାୟ ଆଲୋଚନା କରିବେ । ଉଭୟ ପକ୍ଷ ଲଦାଖ ଓ ପ୍ୟାଙ୍ଗଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ଉପକୂଳରୁ ସୈନିକ ଓ ଅସ୍ତ୍ରଶସ୍ତ୍ର ପଛକୁ ହଟାଇବା ପରେ ଏହି ପ୍ରକ୍ରିୟାର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏନେଇ ଶୁକ୍ରବାର ସୂଚନା ପ୍ରଦାନ କରାଯାଇଥିଲା । ଏହି ଆଲୋଚନା ପୂର୍ବ ଲଦାଖରେ ଏଲଏସି ନିକଟବର୍ତ୍ତୀ ଚୀନ୍ ଓ ମୋଲଦୋ ସୀମାରେ ହେବ ।

୯ ମାସର ଉତ୍ତେଜନା ପରେ ଉଭୟ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଉଭୟ ପକ୍ଷ ପର୍ଯ୍ୟାୟ କ୍ରମେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ବଳଙ୍କୁ ପଛକୁ ହଟାଇବା ପାଇଁ ରାଜି ହୋଇଥିଲେ । ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଯାଇଛି । ସହମତି ଅନୁସାରେ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫେବ୍ରୁଆରୀ ୧୧ରେ ସଂସଦରେ କହିଥିଲେ । ସେ ଚୀନ ସେନା ନିଜର ତମ୍ବୁ ଓ ଟେଣ୍ଟ୍ ହଟାଇଦେଇଛି । ଏହାକୁ ସେ ଫିଙ୍ଗର-୮ ଅଞ୍ଚଳକୁ ନେଇଯିବ । ଭାରତ ନିଜର ସୈନ୍ୟଙ୍କୁ ଫିଙ୍ଗର ୩ ନିକଟରେ ନିଜର ସ୍ଥାୟୀ ଅଞ୍ଚଳ ଧନ ସିଂ ଥାପ୍ପା ପୋଷ୍ଟରେ ରଖିବ । ପ୍ୟାଙ୍ଗଙ୍ଗର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ସମାନ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *