ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଙ୍ଗ ଆପ୍ “ଏସ୍ଏଆଇ”
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସ୍ବଦେଶୀ ମେସେଜିଙ୍ଗ ଆପ୍ ଲଞ୍ଚ କରିଛନ୍ତି ଭାରତୀୟ ସେନା। ‘ଆତ୍ମନିର୍ଭର ଭାରତ’ ଅଭିଯାନ ମାଧ୍ୟରେ ଭାରତୀୟ ସେନା ‘ସିକୟୋର ଆପ୍ଳିକେସନ ଫର୍ ଦ ଇଣ୍ଟରନେଟ୍’ (ଏସଆଇ) ନାଁରେ ଏହାକୁ ଲଞ୍ଚ କରିଛନ୍ତି। ଏଥିରେ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷିତ ଭଏସ, ଟେକ୍ସଟ ଓ ଭିଡିଓ କଲିଂ ସେବାର ସୁବିଧା ରହିଛି।
ଅବଶ୍ୟ ଏହା ଏବେ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ସପୋର୍ଟ କରିବ। ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ଏ ବାବଦରେ ସୂଚନା ଦେଇଥିଲେ। ତେବେ ସେନାର ଏ ଦେଶୀ ମେସେଜିଙ୍ଗ ଆପ୍ ହ୍ବାଟ୍ସଆପ୍ ଭଳି ହିଁ କାମ ଦେବ।
ଏହି ମଡେଲ ବ୍ୟାବସାୟିକ ଭାବେ ଉପଲବ୍ଧ ମେସେଜିଙ୍ଗ ଆପ୍ଲିକେସନ ଆପ୍ ଯେମିତିକି ହ୍ବାଟ୍ସଆପ, ଟେଲିଗ୍ରାମର ଅନୁରୂପ। ଏହା ସହ ଏହା ଏଣ୍ଡ-ଟୁ-ଏଣ୍ଡ ଇନକ୍ରିପସନ ମେସେଜିଙ୍ଗ ପ୍ରୋଟୋକଲର ବ୍ୟବହାର କରିଥାଏ। ଯେଉଁଥିରେ ଆବଶ୍ୟକତା ଅନୁସାରେ ପରିବର୍ତନ କରାଯାଇପାରିବ।