ଟୋକିଓ ଅଲିମ୍ପିକ୍ସ: ମହିଳା ହକିରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ଟୋକିଓ, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍ସର ୯ମ ଦିନରେ ପୁଣି ଚମକିଲା ଭାରତ। ଶନିବାର ମହିଳା ହକିରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଭାରତୀୟ ଦଳ। କଡ଼ା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତର କାର୍ଟର ଫାଇନାଲ୍ ଆଶା ଅକ୍ଷୁର୍ଣ୍ଣ ରହିଛି। ଗ୍ରୁପ୍‌ ପର୍ୟ୍ୟାୟରେ ୫ଟିରୁ ୨ଟିରେ ବିଜୟୀ ହୋଇ ୩ଟିରେ ହାରିଛି ଭାରତ।

ପ୍ରଥମ କ୍ୱାର୍ଟରକୁ ନିଜ ଅକ୍ତିଆରରେ ରଖିଥିଲେ ଭାରତୀୟ ମହିଳା ହକି ଟିମ୍ । ୧-୦ ଗୋଲରେ ଆଗୁଆ ରହିଥିଲେ । ଏହି ଗୋଲ୍ ଦେଇଥିଲେ ବନ୍ଦନା କଟାରିଆ । ତେବେ ମ୍ୟାଚ୍ ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ପ୍ରଥମ କ୍ୱାର୍ଟକୁ ବରାବର କରିଥିଲା ଦକ୍ଷିଣ ଆଫ୍ରିକା ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ବନ୍ଦନା କଟାରିଆ ଦ୍ୱିତୀୟ ଗୋଲ୍ ଦେଇଥିଲେ । ୨-୧ରେ ଭାରତ ଆଗୁଆ ଥିବା ବେଳେ ଶେଷ ମୁହୂର୍ତ୍ତରେ ଗୋଲ୍ ବରାବର କରିଥିଲା ଦକ୍ଷିଣ ଆଫ୍ରିକା। ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ନେହା ଗୋଟିଏ ଗୋଲ୍ ଦେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଗୋଲ୍ ଦେଇ ସ୍କୋର ବରାବର କରିଥିଲା।

ତୃତୀୟ କ୍ୱାର୍ଟର ଶେଷ ବେଳକୁ ମ୍ୟାଚରେ ବ୍ୟକ୍ତିଗତ ତୃତୀୟ ଓ ଦଳ ପକ୍ଷରୁ ଚତୁର୍ଥ ଗୋଲ ଦେଇଥିଲେ ବନ୍ଦନା କଟାରିଆ। ଭାରତ ୪-୩ରେ ମ୍ୟାଚ୍ ଜିତିଥିଲା । ଆଜିର ମ୍ୟାଚରେ ହାଟ୍ରିକ ଗୋଲ୍ ଦେଇଛନ୍ତି ବନ୍ଦନା କଟରିଆ।

Leave a Reply

Your email address will not be published. Required fields are marked *