ବହୁପକ୍ଷୀୟ ସମ୍ପର୍କ ବୃଦ୍ଧି ଦିଗରେ ଭାରତ-ଆମେରିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ-ଆମେରିକା ଆର୍ଥିକ ଏବଂ ଅର୍ଥନୈତିକ ଭାଗିଦାରୀ ବୈଠକର ଅଷ୍ଟମ ପର୍ଯ୍ୟାୟ ମନ୍ତ୍ରିସ୍ତରୀୟ ଆଜି ୱାଶିଂଟନରେ ଅନୁଷ୍ଠିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକାର ଅର୍ଥମନ୍ତ୍ରୀ ଡକ୍ଟର ଜେନେଟ ଏଲେନ ଏହି ବୈଠକରେ ଯୋଗ ଦେଇଥିଲେ। ଆଲୋଚନା କାଳରେ ବୃହତ୍‍ ଆର୍ଥିକ ଦୃଷ୍ଟିକୋଣ, କୋଭିଡ ନାଇଣ୍ଟିନ୍‍ ମହାମାରୀରୁ ସୁରକ୍ଷା ଉପାୟ, ଉଭୟ ଦେଶ ମଧ୍ୟରେ ଆର୍ଥିକ ଏବଂ ଜ୍ଞାନକୌଶଳ ସହଯୋଗ, ବହୁପକ୍ଷୀୟ ସମ୍ପର୍କ, ଜଳବାୟୁ ସମସ୍ୟା ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ଉଭୟ ଦେଶ ମତ ଉପସ୍ଥାପନ କରିଛନ୍ତି। ଭାରତ ଏବଂ ଆମେରିକା ଆଗାମୀ ଦିନରେ ଆର୍ଥିକ ଏବଂ ବୈଷୟିକ ବିଷୟଗୁଡ଼ିକରେ ସହଯୋଗରେ କାର୍ଯ୍ୟ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି।

Leave a Reply

Your email address will not be published.