୨୬ ତାରିଖରେ ଭାରତ ବନ୍ଦ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତି ଓ ଶ୍ରମ ନୀତିକୁ ବିରୋଧ କରି ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଙ୍ଗଠନ ।  ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଭାରତ ବନ୍ଦରେ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ, ରାଜ୍ୟ ସରକାରୀ କର୍ମଚାରୀ ଫେଡେରେସନ, ବ୍ୟାଙ୍କ କର୍ମଚାରୀ ୟୁନିଅନ, ଜୀବନ ବୀମା କର୍ମଚାରୀ ୟୁନିଅନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାରେ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି, ହିନ୍ଦ ମଜଦୁର ସଭା, ଏଆଇସିସିଟୁୟୁ ଆଦି ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ରାଜ୍ୟରେ ବନ୍ଦ ପାଳନ କରିବେ ।

ଏହି ବନ୍ଦ ପାଳନକୁ ବାମପନ୍ଥୀ ଦଳ ମଧ୍ୟ ସମର୍ଥନ କରୁଛି । ତେବେ ଅନ୍ୟ ରାଜନୈତିକ ଦଳକୁ ବନ୍ଦ ଡାକରାରେ ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ।

Leave a Reply

Your email address will not be published.