କୃଷି ବିଲ୍କୁ ବିରୋଧ : ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ବିଲକୁ ଦେଶରେ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ଏପରିକି ଅନେକ କୃଷକ ସଙ୍ଗଠନ ମଧ୍ୟ ଏହା ବିରୋଧରେ ରହିଛନ୍ତି । ତେବେ ଶୁକ୍ରବାର ୧୦ରୁ ଅଧିକ କୃଷକ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି ।ଫଳରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ କୃଷକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଭାରତ ବନ୍ଦକୁ ଅନେକ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।
ଅଲ ଇଣ୍ଡିଆ କିଷାନ ସଙ୍ଘର୍ସ କୋର୍ଡିନେସନ କମିଟି, ଅଲ ଇଣ୍ଡିଆ କୃଷକ ମହାସଙ୍ଘ, ଭାରତୀୟ କୃଷକ ୟୁନିଅନ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ବାମଦଲ, ଟିଏମସି, ଡିଏମକେ, ଟିଆରଏସ, ଆପ୍ , ଶିବସେନା ସମେତ ପ୍ରାୟ ୧୮ଟି ରାଜନୈତିକ ଦଳ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । ସେହିପରି ଅନେକ ଶ୍ରମିକ ସଙ୍ଗଠନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି ।