#IndiaFightsWithCorona: ୩୦ ପ୍ରକାର ଭ୍ୟାକ୍ସିନ ପରୀକ୍ଷଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ବିଶ୍ଵ ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନା ପାଇଁ ଅନେକ ଦେଶରେ ଔଷଧ ବା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି। ଏହିକ୍ରମରେ ଭାରତ ମଧ୍ୟ ଦୌଡ଼ର ଆଗରେ ରହିଛି।   ସମ୍ପ୍ରତି ପ୍ରାୟ ୩୦ରୁ ଅଧିକ ଟିକା ବିକଶିତ ପର୍ଯ୍ୟାୟରେ ରହିଛି । ସେଥିମଧ୍ୟରୁ କିଛି ପରୀକ୍ଷଣ ପାଇଁ ପ୍ରସ୍ତୁତ ମଧ୍ୟ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଟିକା ବିକାଶ ସମ୍ପର୍କରେ ଅନୁଷ୍ଠିତ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିବା ସହ ସବୁକିଛି ସମୀକ୍ଷା ପରେ ମୋଦୀ ଏଭଳି ସୂଚନା ଦେଇଛନ୍ତି। ଫଳରେ ସାଧାରଣରେ ନୂଆ ଆଶା ସଞ୍ଚାର ହୋଇଛି।

ସୂଚନା ଅନୁସାରେ କରୋନା ଟିକା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ସ୍ଥାପିତ ଭ୍ୟାକ୍ସିନ୍ ଟାସ୍କ ଫୋର୍ସ (ଭିଟିଏଫ୍) ଏଦିଗରେ ପ୍ରୟାସ ଜାରି ରଖିଛି। ଟିକା ପ୍ରସ୍ତୁତି ଦିଗରେ ରୋଗୀର ନମୁନାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏନେଇ ବୈଠକରେ ବିଶେଷଜ୍ଞମାନେ  କହିଛନ୍ତି ଯେ, ୩୦ରୁ ଅଧିକ ଭାରତୀୟ ଟିକା ଉପରେ କାମ କରାଯାଉଛି ଏବଂ ସେମଧ୍ୟରୁ କିଛି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି। ସଂକ୍ରମଣ ସହ ଲଢ଼ିବା ପାଇଁ ଏହିପରି ଅନ୍ୟ ଔଷଧ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି। ଏହା ବ୍ୟତୀତ ଉଦ୍ଭିଦର ଅବଶିଷ୍ଟାଂଶ ଏବଂ କିଛି ଉତ୍ପାଦ ମଧ୍ୟ ଆଣ୍ଟିଭାଇରସ୍ ଗୁଣ ପାଇଁ ପରୀକ୍ଷା କରାଯାଉଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *