ଦେଶରେ କରୋନାରୁ ସୁସ୍ଥତା ହାର ୨୭%

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସଂକ୍ରମଣ ଦେଶରେ ଥମିବାର ନାଁ ଧରୁନି। ୨୪ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ମାରାତ୍ମକ ଭୂତାଣୁ କବଳରୁ ସୁସ୍ଥତା ହାର ୨୭%ରୁ ଅଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଆଜି ଏଭଳି ସୂଚନା ଦେଇଛନ୍ତି।

ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ ନେଇ ସବୁ ରାଜ୍ୟକୁ ଆଡ୍‌ଭାଇଜରି ଜାରି କରାଯାଇଛି। କାର୍ଯ୍ୟାଳୟରେ ସତର୍କତାର ସହ କାମ କରିବା ନେଇ କୁହାଯାଇଛି । ଏହାସହ ତାଲାବନ୍ଦ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାଗୁଡ଼ିକ ୩ ଜୋନ୍‌ରେ ବିଭକ୍ତ କରାଯାଇଥିବାବେଳେ ଆର୍ଥିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍‌ଡାଉନ୍‌ ନିୟମରେ କିଛି କଟକଣାକୁ କୋହଳ କରାଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଯିବା ଆସିବାକୁ ବାରଣ କରାଯାଇଛି। ସ୍କୁଲ, କଲେଜ, ମଲ, ଜିମ୍, ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରେଡ୍‌ ଜୋନରେ ରିକ୍ସା, ଅଟୋ ରିକ୍ସା ଚଳାଚଳ ମଧ୍ୟ ବନ୍ଦ କରାଯାଇଛି। ଗ୍ରାମାଞ୍ଚଳରେ ମଲ୍‌ ବ୍ୟତୀତ ସବୁ ଦୋକାନ ଖୋଲିପାରିବ ବୋଲି ସେ କହିଛନ୍ତି। ତେବେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

Leave a Reply

Your email address will not be published. Required fields are marked *