ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ୨୪ ଘଣ୍ଟାରେ ସର୍ବାଧିକ ୭୭ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଓ ୧୦୫୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୩.୮୭ ଲକ୍ଷରୁ ଅଧିକ ଟପିଛି।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧,୫୨୯ରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୭,୪୨,୦୨୩ ରହିଛି।

ଗତ ୨୪ ଘଣ୍ଟାରେ ସର୍ବାଧିକ ୭୭,୨୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଛି।

ଏହା ବ୍ୟତୀତ ୨୫ ଲକ୍ଷ ୮୩ ହଜାର ୯୪୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏଁ ୧ ଲକ୍ଷ ୭୮ ହଜାର ୫୬୧ ରୁ ଅଧିକ ଆକ୍ଟିଭ କେସ୍ ରହିଥିବା ବେଳେ ଦିଲ୍ଲୀରେ ୧୩ ହଜାର ୨୦୮ରୁ ଅଧିକ ସକ୍ରିୟ ମାମଲା ଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪୩୬୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୩,୪୪୪ ରହିଛି ।

Leave a Reply

Your email address will not be published.