#IndiaFightsWithCorona: ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ପାର୍
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ମହାମାରୀ କରୋନା ଆତଙ୍କ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ବେଳକୁ ୩୭,୩୩୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨୨୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ପ୍ରାଣ ଚାଲିଯାଇଛି। ଫଳରେ ଦେଶରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୨୧୮ରେ ପହଞ୍ଚିଛି। ସେହିପରି କରୋନାରେ ସଂକ୍ରମିତ ହୋଇ ପ୍ରାୟ ୨୬,୧୬୭ ଜଣ ଚିକିତ୍ସାଧୀନ ରହିଥିବାବେଳେ ୯୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ୩ ଟି ଜୋନ୍ କରାଯାଇଛି। ରେଡ୍, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍ ଭାବେ ଦେଶକୁ ସୂଚିତ କରାଯାଇଛି। ସେହି ଅନୁସାରେ ସରକାର ଗାଇଡ୍ ଲାଇନ୍ ଜାରି କରିବା ସହ କୋଉଠି କି ଦୋକାନ ସବୁ ଖୋଲିବ ଘୋଷଣା କରିଛନ୍ତି। ତେବେ ସବୁଠି ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।