ଶତ୍ରୁମାନଙ୍କୁ ବିନାଶ ପାଇଁ ବାଣିଜ୍ୟ ହେଉଛି ଭାରତର ବ୍ରହ୍ମାସ୍ତ୍ର

ପୂର୍ବରୁ ଭାରତ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ମାଲେସିଆକୁ ନଷ୍ଟ କରି ଦେଇଥିଲା, ବର୍ତ୍ତମାନ ସମାନ ଅସ୍ତ୍ର ଚୀନ୍‌କୁ ମଧ୍ୟ ନଷ୍ଟ କରିବ ।  

ଚାଣକ୍ୟଙ୍କ ମତରେ ଯେଉଁଠାରୁ ଶତ୍ରୁ ଅର୍ଥନୈତିକ, ସାମାଜିକ, ମାନସିକ ଏବଂ ଶାରୀରିକ ଶକ୍ତି ପାଉଛନ୍ତି, ତାହା ଶତ୍ରୁ ପାଖରେ ପହଞ୍ଚିବା ପୂର୍ବରୁ ଉତ୍ସକୁ ନଷ୍ଟ କରିଦିଅନ୍ତୁ । ଭାରତ ବର୍ତ୍ତମାନ ଏହିସବୁ ଦିଗ ଉପରେ ବିଶେଷ କରି ଅର୍ଥନୈତିକ ଦିଗ ଉପରେ ଧ୍ୟାନ ଦେଇ ନିଜର ଶତ୍ରୁମାନଙ୍କୁ ଶିକ୍ଷା ଦେବାରେ ଲାଗିଛି । ଭାରତ ପ୍ରଥମେ ମାଲେସିଆରୁ ପାମ୍‌ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇ ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର୍‌ ମହମ୍ମଦଙ୍କୁ ଏକ ଶିକ୍ଷା ଦେଇଥିଲାବେଳେ ବର୍ତ୍ତମାନ ସେ ଚୀନ୍‌ରୁ ଆସୁଥିବା ଉତ୍ପାଦକୁ ବଏକଟ୍‌ କରି ଚୀନ୍‌କୁ ଶିକ୍ଷା ଦେବା ପାଇଁ ପଦକ୍ଷେପ ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅର୍ଥନୈତିକ ବଏକଟ୍‌ରେ କେନ୍ଦ୍ର ସରକାରଙ୍କ କୌଣସି ପ୍ରତ୍ୟକ୍ଷ ସରକାରୀ ନିର୍ଦ୍ଦେଶନାମା ନାହିଁ, ବରଂ ବିରୋଧୀମାନଙ୍କୁ ଶିକ୍ଷା ଦେବା ପାଇଁ ଭାରତ ଏହାର ବାଣିଜ୍ୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରୁଛି । ଏହିପରି ଅର୍ଥନୈତିକ ଯୁଦ୍ଧରେ ଏହି ବାଣିଜ୍ୟ ସଂସ୍ଥାଗୁଡ଼ିକ ଭାରତ ପାଇଁ ବ୍ରହ୍ମାସ୍ତ୍ରଠାରୁ କମ୍ ନୁହଁନ୍ତି ।

ନିକଟରେ ସୀମାରେ ଭାରତ ସହ ବିବାଦ ବଢ଼ାଇ ଚୀନ୍ ନିଜର ଗୁଣ୍ଡାଗିରୀ ଦେଖାଇବାକୁ ଚେଷ୍ଟା କରିଥିଲା, ଏହା ପରେ ଚୀନ୍ ବିରୋଧରେ ଭାରତରେ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଚୀନ୍‌ରୁ ଆସୁଥିବା ସାମଗ୍ରୀକୁ ବଏକଟ୍‌ ଆରମ୍ଭ କରିଥିଲା । ତେବେ ଏଠାରେ ଧ୍ୟାନ ଦେବା କଥା ହେଉଛି ଗୋଟିଏ ପଟେ ସରକାର ସୀମାରେ ଚୀନ୍ ସହ ମୁକାବିଲା କରୁଥିବାବେଳେ ବ୍ୟବସାୟୀଙ୍କ ଶୀର୍ଷ ସଂଗଠନ ବର୍ତ୍ତମାନ ସମଗ୍ର ଦେଶରୁ ଚୀନ୍‌ର ସାମଗ୍ରୀ ବିକ୍ରିକୁ ହ୍ରାସ କରିବାକୁ ଆଗେଇ ଆସିଛି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଅର୍ଥାତ୍ ସିଏଆଇଟି, ଭାରତର ବ୍ୟବସାୟୀଙ୍କ ଶୀର୍ଷ ସଂସ୍ଥା, ଆସନ୍ତା ବର୍ଷ ଶେଷସୁଦ୍ଧା ଚୀନ୍ ସାମଗ୍ରୀକୁ ବଏକଟ୍‌ କରି ଚୀନ୍‌କୁ ୧ ଲକ୍ଷ କୋଟି ଟଙ୍କା କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଏହା ଚୀନ୍ ପାଇଁ ଏକ ଅସହ୍ୟ ଅର୍ଥନୈତିକ ବିପର୍ଯ୍ୟୟ ବୋଲି ପ୍ରମାଣିତ କରିବ ।

ସିଏଆଇଟି ପ୍ରାୟ ୩୦୦୦ ପ୍ରକେର ବସ୍ତୁଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି ଯାହା ମୁଖ୍ୟତଃ ଚୀନ୍‌ରୁ ଆମଦାନୀ ହୋଇଥାଏ, କିନ୍ତୁ ଯାହାର ବିକଳ୍ପ ଉପଲବ୍ଧ କିମ୍ବା ଭାରତରେ ଉତ୍ପାଦିତ ହୋଇପାରିବ । ସିଏଆଇଟି ତାଲିକାଭୁକ୍ତ ବସ୍ତୁଗୁଡ଼ିକରେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଏଫଏମସିଜି ଉତ୍ପାଦ, ଖେଳନା, ଉପହାର ସାମଗ୍ରୀ, କନଫେରେନାରୀ ଉତ୍ପାଦ, ପୋଷାକ, ଘଣ୍ଟା ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ଉତ୍ପାଦ ଅନ୍ତର୍ଭୁକ୍ତ । ବର୍ତ୍ତମାନ ସିଏଆଇଟି ସେମାନଙ୍କୁ କେବଳ ଭାରତର ନିର୍ମାତାମାନଙ୍କଠାରୁ କିଣିବାକୁ ଚେଷ୍ଟା କରିବ, ଯାହା “ଲୋକାଲ ଫର୍ ଭୋକାଲ୍” ଅଭିଯାନକୁ ବୃଦ୍ଧି କରିବ । ପ୍ରତିବର୍ଷ ଭାରତ ବାଣିଜ୍ୟ ନିଅଣ୍ଟ ଭାବରେ ଚୀନ୍‌କୁ ଅନେକ ବିଲିୟନ ଡଲାର ହରାଇଥାଏ ।

ଉଦାହରଣସ୍ୱରୂପ, ୨୦୧୯-୨୦ ବର୍ଷରେ ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୮୧.୬ ବିଲିୟନ ଡଲାର୍ ଥିଲା, ସେଥିମଧ୍ୟରୁ ଚୀନ୍‌ରୁ ଆମଦାନୀ ପ୍ରାୟ ୬୫.୨୬ ବିଲିୟନ ଡଲାର୍ ଥିଲା ଏବଂ ଭାରତ ଚୀନ୍‌କୁ ମାତ୍ର ୧୬ ବିଲିୟନ ରପ୍ତାନି କରିବାରେ ସକ୍ଷମ ହୋଇଥିଲା। ଅର୍ଥାତ୍ ଚୀନ୍‌ ସହିତ ବ୍ୟବସାୟ କରିବା ପାଇଁ ଭାରତରେ ପ୍ରତିବର୍ଷ ପ୍ରାୟ ୫୦ ବିଲିୟନ ଡଲାର କ୍ଷତି ହୋଇଥାଏ ।

ଏଭଳି ପରିସ୍ଥିତିରେ ଯଦି ଭାରତର ଲୋକମାନେ ଚୀନ୍‌ର ସାମଗ୍ରୀକୁ ବଏକଟ୍‌ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଚୀନ୍ ବହୁତ କ୍ଷତି ସହିବ । ଆମକୁ ମଧ୍ୟ ଏହାର ଏକ ନମୁନା ମିଳିଛି, ଯେତେବେଳେ ନିକଟରେ ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଚୀନ୍ ସାମଗ୍ରୀକୁ ବଏକଟ୍‌ କରିବାକୁ ଭାରତକୁ ଧମକ ଦେଇଥିଲା ।

ଏହାପୂର୍ବରୁ ଭାରତ ମାଲେସିଆ ସହିତ ସମାନ ଅର୍ଥନୈତିକ ବଏକଟ୍‌ କରିଥିଲା ​​ଯାହା ଦ୍ୱାରା ଏହାର ଲାଭ ଦେଖିବାକୁ ମିଳିଥିଲା ​​ଏବଂ ଏହି ଦେଶ ତୁରନ୍ତ ଲାଇନରେ ଆସିଥିଲା । ବାସ୍ତବରେ, ଯେତେବେଳେ ମହାତିର୍‌ ମହମ୍ମଦ ମାଲେସିଆରେ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ, ସେତେବେଳେ ସେ ଭାରତ ବିରୋଧୀ ଅନେକ ବିବୃତ୍ତି ଦେଇଥିଲେ । ଯେତେବେଳେ ମହାତିର୍‌ ମହମ୍ମଦ ପାକିସ୍ତାନକୁ ସମର୍ଥନ କରି ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ମାମଲାକୁ ଉଠାଇଲେ ତାପରେ ଏହାର ପରିମାଣ ଭୋଗିବାକୁ ପଡ଼ିଥିଲା । କେବଳ ଏତିକି ନୁହେଁ, ନାଗରିକତା ସଂଶୋଧନ ଅଧିନିୟମ ଉପରେ ମହାତିର୍‌ ମହମ୍ମଦ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ ।

ଏହାପରେ ଭାରତ ନିଜର ଚାଲ୍‌ ଖେଳିବା ଆରମ୍ଭ କଲା ଏବଂ ମାଲେସିଆକୁ ଆଘାତ କଲା । ମାଲେସିଆକୁ ଆର୍ଥିକ ଦୃଷ୍ଟିରୁ ଅଧିକ କ୍ଷତି କରିବାକୁ ଯୋଜନା କରି ତାହାକୁ କାମରେ ଲଗାଇଥିଲା । ରଏଟର୍ସ ପକ୍ଷରୁ ଏକ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଭାରତ ମାଲେସିଆରୁ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇପାରେ, ଯାହାପରେ ଭାରତୀୟ ତୈଳ ବିଶୋଧନାଗାରମାନେ ମାଲେସିଆରୁ ଆମଦାନୀ ହେଉଥିବା ପାମ୍‌ ତେଲକୁ ବଏକଟ୍‌ କରିଥିଲେ ।

ଏହା ପ୍ରାୟ ୩ କୋଟି ଲୋକଙ୍କୁ ନିୟୋଜିତ କରୁଥିବା ମାଲେସିଆର ପାମ୍‌ ତେଲ ଶିଳ୍ପକୁ ଏକ ବଡ଼ ଝଟ୍‌କା ଦେଇଥିଲା । ମହାତିର୍‌ ମହମ୍ମଦ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭାରତ ସରକାର ଆନୁଷ୍ଠାନିକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ଏବଂ ଭାରତୀୟ ରିଫାଇନର୍ସ ନିଜେ ମାଲେସିଆର ପାମ୍‌ ତେଲକୁ ବଏକଟ୍‌ କରିଥିଲେ ।

କେବଳ ଏତିକି ନୁହେଁ, ପାମ୍‌ ତେଲ ପରେ ଭାରତ ମାଇକ୍ରୋ-ପ୍ରୋସେସର ଭଳି ମାଲେସିଆରୁ ଆମଦାନୀ ହୋଇଥିବା ଅନ୍ୟ ଜିନିଷକୁ ଟାର୍ଗେଟ କରିବା ଆରମ୍ଭ କଲା ।  ଏହାଦ୍ୱାରା ମହାତିର୍‌ ମହମ୍ମଦଙ୍କ ବିରୋଧରେ ମାଲେସିଆର ଲୋକମାନେ ଆନ୍ଦୋଳନ କରିବାରୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । ଏହାପରେ ନୂତନ ସରକାର ଭାରତ ସହ ସମ୍ପର୍କ ସୁଦୃଢ଼ କରିବାକୁ ଲାଗିଲେ । ଭାରତରୁ ପ୍ରଚୁର ଚିନି ଏବଂ ଚାଉଳ ଆମଦାନୀ କରି ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଚିନ୍ତା କରୁଥିବା ନୂତନ ସରକାର ଭାରତ ସରକାରଙ୍କୁ ସୂଚାଇ ଦେଇଛନ୍ତି । ଏହାପରେ ଭାରତ ମଧ୍ୟ ମାଲେସିଆରୁ ପୁନର୍ବାର ପାମ୍‌ ଆମଦାନୀ ଆରମ୍ଭ କରିଛି ।

ଏହା ସ୍ପଷ୍ଟ କରେ ଯେ ଶତ୍ରୁମାନଙ୍କୁ ଶକ୍ତିହୀନ କରିବା ପାଇଁ ଭାରତ କୂଟନୈତିକ ତଥା ଅର୍ଥନୈତିକ ରଣନୀତି ବ୍ୟବହାର କରୁଛି ଏବଂ ମାଲେସିଆ ପରେ ଭାରତ ମଧ୍ୟ ଚୀନ୍‌ର ଅପମାନକୁ ଉପଯୁକ୍ତ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି । ଚୀନ୍ ଏହା ମଧ୍ୟ ବୁଝିବା ଉଚିତ ଯେ ବର୍ତ୍ତମାନ ଭାରତୀୟ ବ୍ୟବସାୟିକ ସଂଗଠନ ଚୀନ୍‌କୁ ବଏକଟ୍‌ କରିବା ଅଭିଯାନ ଆରମ୍ଭ କରିଛନ୍ତି ଏବଂ ବର୍ତ୍ତମାନ ଚୀନ୍ ଲଙ୍କା ଦହନ ହେବାକୁ ଯାଉଛି ।

Leave a Reply

Your email address will not be published.